www.samajalive.in
Thursday, December 11, 2025
27.1 C
Bhubaneswar

ଅତାବିରାରେ ପହଞ୍ଚିଲା ‘ଶକ୍ତି କଳସ’, ବ୍ଲକ ପକ୍ଷରୁ ଭବ୍ୟ ସ୍ବାଗତ 

ରେଙ୍ଗାଲିକ୍ୟାମ୍ପ : ନାରୀ ସଶକ୍ତିକରଣ ବର୍ଷ ୨୦୨୪/୨୫ ପାଇଁ  ବରଗଡ ଜିଲା ବିଜେପୁର ବ୍ଲକରେ  ହେବାକୁ ଥିବା ୧୦୮ କୁଣ୍ଡୀୟ ଯଜ୍ଞ  ରାଷ୍ଟ୍ର ଜାଗରଣ ଅଭିଯାନ ପାଇଁ  ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜରୁ ଶକ୍ତି କଳସ ଆସି ଆଜି ଅତାବିରାରେ ପହଞ୍ଚିଛି । ଏହି ଶକ୍ତି କଳସକୁ ନିମନ୍ତ୍ରଣ କରିବା ପାଇଁ ବରଗଡ ଜିଲା ଗାୟତ୍ରୀ ପରିବାରରୁ  ୭୦ ଜଣ  କର୍ମକର୍ତ୍ତା  ଶ।ନ୍ତିକୁଞ୍ଜକୁ ଯାଇଥିଲେ । ଗୋଟିଏ ମାସ ପୂର୍ବରୁ ଏହି ଶକ୍ତି କଳସ ବାହାରି  ପ୍ରଥମେ ବିଜେପୁର ଓ  କ୍ରମେ ସୋହେଲା, ବରପାଲି ବ୍ଲକ୍ ପରିକ୍ରମା କରି ଆଜି ଅତାବିରା ବ୍ଲକରେ ପହଞ୍ଚିଛି । ଏହି ଶକ୍ତି କଳସକୁ ଅତାବିରା ମହାବିଦ୍ୟାଳୟ ସମ୍ମୁଖରେ ବ୍ଲକ୍ ଗାୟତ୍ରୀ ପରିବାର ପକ୍ଷରୁ ଭବ୍ୟ ସ୍ବାଗତ ଜଣାଯାଇଥିଲା । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଅତାବିରା ବ୍ଲକର ସମସ୍ତ  ପଞ୍ଚାୟତକୁ ଏହି ଶକ୍ତି କଳସ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ବିଜେପୁରରେ ଆସନ୍ତା ଜାନୁଆରୀ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୦୮ କୁଣ୍ଡୀୟ  ଯଜ୍ଞର ନିମନ୍ତ୍ରଣ, ଶକ୍ତି କଳସର୍ ଦର୍ଶନ ଓ  ଯୁଗ ନିର୍ମାଣର ମହାନ୍ ଉଦ୍ଦେଶ୍ୟ ନେଇ ଏହି ଶକ୍ତି କଳସ  ପରିକ୍ରମା କରାଯାଉଛି। ଆସନ୍ତା ଡ଼ିସେମ୍ବର ୨୫ ତାରିଖରେ  ଏହି ଶକ୍ତି କଳସ ବାହୁଡିଯିବ ଶାନ୍ତିକୁଞ୍ଜ ବୋଲି  ପରିବାର ପକ୍ଷରୁ ଜଣାପଡିଛି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories