www.samajalive.in
Tuesday, December 9, 2025
16.1 C
Bhubaneswar

୧୩ କୋଟିରେ କିଣିଥିବା ଶାହାରୁଖଙ୍କ ଏହି ଜିନିଷ ଏବେ ୨୦୦ କୋଟି !

ବଲିଉଡର କିଙ୍ଗ ଖାନ୍ ଶାହାରୁଖ କେବଳ ଯେ ଫିଲ୍ମ ଜରିଆରେ କୋଟି ଟଙ୍କା ଉପାର୍ଜନ କରନ୍ତି ତାହା ନୁହେଁ । ଅନ୍ୟ ଉପାୟରେ ମଧ୍ୟ ସେ ଟଙ୍କା ନିବେଶ କରିଛନ୍ତି ଯାହାର ମୂଲ୍ୟ ଆଜି ବହୁ ଗୁଣ ହୋଇଛି । ଶାହାରୁଖ ମୁମ୍ବାଇ ସ୍ଥିତି ନିଜ ବଙ୍ଗଳା ମନ୍ନତ ୨୦୦୧ରେ ୧୩.୩୨ କୋଟି ଟଙ୍କାରେ ଲିଜରେ କିଣିଥିଲେ । ଆଜି ସେହ ବଙ୍ଗଳାର ମୂଲ୍ୟ ୨୦୦ କୋଟି ଟଙ୍କାରେ ପହଞ୍ଚିଛି । ଓଲିଉଡର ବହୁତ କମ୍ ଷ୍ଟାରଙ୍କ ପାଖରେ ଏଭଳି ମୂଲ୍ୟବାନ ବଙ୍ଗୁଳ ରହିଛି । ଶାହାରୁଖ ଖାନ୍ ଙ୍କ ପ୍ୟାନ୍ସଙ୍କ ପାଇଁ ଏହା ମନ୍ଦିର ସମାନ ଅଟେ ।

ବଲିଉଡଲାଇଫ୍ ଅନୁଯାୟୀ, ଶାହାରୁଖ ୨୦୦୧ରେ ଏହି ଜମିକୁ ଲିଜରେ ନେବା ଗୋଟିଏ ଥରରେ ୮.୩ କୋଟି ଟଙ୍କା ଦେଇଥିଲେ । ଏହା ପରେ ମହାରାଷ୍ଟ୍ର ସରକାର ଯେବେ ଏହି ଜମିର ଲିଜର ଦାମ ସଂସୋଧନ କଲେ, ସେବେ ଶାହାରୁଖ ଙ୍କ ପାଇଁ ଦୁଇଟି ବିକଳ୍ପ ଥିଲା। ବର୍ଷକୁ ୧୯ ଲକ୍ଷ ଟଙ୍କା ଲେଖାଏଁ ୩୦ ବର୍ଷ ପର୍ଯ୍ୟନ୍ତ ସୁଝିବେ ନଚେତ୍ ଏକାକଳୀନ ୮.୩ କୋଟି ଟଙ୍କା ପରିଶୋଧ କରିବେ । ଶାହାରୁଖ ଏକାକାଳୀନ ୮.୩ କୋଟି ଟଙ୍କା ପରିଶୋଧ କରିଥିଲେ । ଏହା ପୂର୍ବରୁ ଶାହାରୁଖ ମୁମ୍ବାଇରେ ଭଡାରେ ରହୁଥିଲେ ।

- Advertisement -

ସୂଚନାଯୋଗ୍ୟ, ଶାହାରୁଖ ଖାଙ୍କ ବଙ୍ଗଳା ମୁମ୍ବାଇ ବହୁ ପ୍ରସିଦ୍ଧ । ତାଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ଫଟୋଗ୍ରାଫିର ପ୍ରମୁଖ ସ୍ଥଳ ପାଲଟିଛି। ଶାହାରୁଖଙ୍କ ଜନ୍ମ ଦିନରେ କିଙ୍ଗ ଖାଙ୍କ ଝଲକ ପାଇବା ପାଇଁ ଲକ୍ଷଲକ୍ଷ ଲୋକଙ୍କ ଭିଡ ଜମିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories