www.samajalive.in
Saturday, December 6, 2025
16.1 C
Bhubaneswar

ପରାଗ ଜୈନ ର’ ମୁଖ୍ୟ ନିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ ପରାଗ ଜୈନଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ଅନୁସନ୍ଧାନ ଓ ବିଶ୍ଳେଷଣ ସଂସ୍ଥା)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଗତ ମେ ମାସରେ ଆତଙ୍କବାଦ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ସମୟରେ ପରାଗ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ର’ ମୁଖ୍ୟ ରବି ସିହ୍ନାଙ୍କ ପରେ ସେ ସଂସ୍ଥାର ୨ୟ ବରିଷ୍ଠ ଅଧିକାରୀ। ଆସନ୍ତା ୩୦ ତାରିଖରେ ସିହ୍ନା ଅବସର ଗ୍ରହଣ କରିବା ପରେ ପରାଗ ଦାୟିତ୍ଵ ଗ୍ରହଣ କରିବେ। ଆଗାମୀ ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ଵରେ ରହିବେ।

ଦେଶ ବାହାରେ ର’ ଏହାର କାର୍ଯ୍ୟକଳାପ ଜାରି ରଖିଥାଏ। ବିଦେଶରୁ ଭାରତର ନିରାପତ୍ତା ପ୍ରତି ଆସୁଥିବା ବିପଦ ସମ୍ପର୍କରେ ର’ ଆଗୁଆ ସତର୍କ କରାଇବା ସହିତ ତାହାର ସମାଧାନ ଦିଗରେ ଗୁପ୍ତ ଅପରେସନ ଜରିଆରେ ପଦକ୍ଷେପ ନେଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories