www.samajalive.in
Sunday, December 7, 2025
15.1 C
Bhubaneswar

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ : ଆଜିଠୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜୀକରଣ

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପଞ୍ଜୀକରଣ ଆଜିଠୁ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସ୍କ ନାଗରିକଙ୍କୁ ଜାତି, ଧର୍ମ ନିର୍ବିଶେଷରେ ମନୋନୟନ କରାଯାଉଛି। ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେକେହି ଜଣେ ୬୦ରୁ ଊର୍ଦ୍ଧ୍ବ ବୟସ୍କ ହେବା ଆବଶ୍ୟକ। ୭୦ରୁ ୭୫ ବର୍ଷର ବରିଷ୍ଠ ନାଗରିକମାନେ ଯାତ୍ରା ସମୟରେ ନିଜ ସାଙ୍ଗରେ ୧୮ବର୍ଷରୁ ଊର୍ଦ୍ଧ୍ବ ଜଣେ ବ୍ୟକ୍ତିଙ୍କୁ ସହାୟକ ଭାବେ ନେଇପାରିବେ। ପ୍ରତ୍ୟେକ ପର୍ଯ୍ୟାୟର ତୀର୍ଥଯାତ୍ରା ଅବଧି ହାରାହାରି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ରହିବ ।
ସ୍ଥାନୀୟ ପାନ୍ଥନିବାସ ଅଡିଟରିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲୱନ୍ତ ସିଂ ଓ ଆଇଆରସିଟିସିର ଯୁଗ୍ମ ସାଧାରଣ ପରିଚାଳକ କ୍ରାନ୍ତି ସବରକର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଏବଂ ଟୁରିଜିମ କର୍ପୋରେସନ (ଆଇଆର୍‌ସିଟିସି)ର ସହାଭାଗିତାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟ dot.odisha.gov.in ରେ ଉପଲବ୍ଧ ରହିଛି । ଚଳିତ ମାସ ୧୭ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଅନଲାଇନ (yatra.odisha.gov.in) ରେ ଏବଂ ଅଫଲାଇନରେ ବ୍ଲକ ଓ ଜିଲା ପ୍ରଶାସନରେ ଆବେଦନପତ୍ର ଦାଖଲ କରିପାରିବେ । ଜିଲା ପ୍ରଶାସନ ଦ୍ବାରା ଗଠିତ ଜିଲାସ୍ତରୀୟ ଯାଞ୍ଚ କମିଟି ଆବେଦନପତ୍ର ଗୁଡ଼ିକୁ ଯାଞ୍ଚ କରିବ। ତୀର୍ଥଯାତ୍ରୀ ମନୋନୟନ କ୍ଷେତ୍ରରେ ସମ୍ପୃକ୍ତ ଜିଲାର ଜିଲାପାଳ ନିର୍ଦିଷ୍ଟ କୋଟା ଅନୁଯାୟୀ, ତୀର୍ଥଯାତ୍ରୀ ମନୋନୟନ କରିଥାନ୍ତି। ଅଧିକ ଆବେଦନକାରୀଙ୍କ କ୍ଷେତ୍ରରେ ଲଟେରି ମାଧ୍ୟମରେ ତୀର୍ଥଯାତ୍ରୀ ମନୋନୟନ କରାଯାଇଥାଏ । ଅନୁପସ୍ଥିତ ତୀର୍ଥଯାତ୍ରୀଙ୍କର ଭରଣ ନିମନ୍ତେ ୨୦ ପ୍ରତିଶତ ତୀର୍ଥଯାତ୍ରୀଙ୍କ ଏକ ପ୍ରତୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ଯୋଜନାରେ ବିଭିନ୍ନ ଜିଲାରୁ ଅଦ୍ୟାବଧି ୩୭,୫୫୫ ରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ୪୦ଟି ପର୍ଯ୍ୟାୟରେ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ୭୯୬୭ ଜଣ ବରିଷ୍ଠ ନାଗରିକ ୧୦ଟି ପର୍ଯ୍ୟାୟରେ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଥିଲେ । ପ୍ରତିଟି ପର୍ଯ୍ୟାୟରେ ୮୦୦ ଜଣ (୭୭୫ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଫିସର ) ଯାତ୍ରା କରିଥାନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories