www.samajalive.in
Wednesday, December 10, 2025
18.1 C
Bhubaneswar

ଓଡ଼ିଶାରେ ବନାଗ୍ନିର ପ୍ରଭାବୀ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ କମିଟି

-ସ୍ଥିତି ମୁକାବିଲାରେ ରାଜ୍ୟ ସରକାରଙ୍କୁ କରିବେ ସହାୟତା
-ପରିସ୍ଥିତିକୁ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛି କେନ୍ଦ୍ର

 

ନୂଆଦିଲ୍ଲୀ :  ଓଡ଼ିଶାରେ ଦେଖାଦେଇଥିବା ଅପ୍ରତ୍ୟାଶିତ ବନାଗ୍ନି ଘଟଣାର ପ୍ରଭାବୀ ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ତିନି ଜଣିଆ ବିଶେଷଜ୍ଞ ସମିତି ଗଠନ କରାଯାଇଛି। ବୁଧବାର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ  ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି।

- Advertisement -

ଓଡିଶାର ବିଜେପି ସାଂସଦ ମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଶ୍ରୀ ଜାଭଡ଼େକରଙ୍କୁ ଆଜି ନୂଆଦିଲ୍ଲୀରେ ସାକ୍ଷାତ କରି  ଜଙ୍ଗଲ ନିଆଁ ପ୍ରଶମନ ଦିଗରେ ଆଲୋଚନା କରିଥିଲେ।

ଖୁବଶୀଘ୍ର ଏହି ଦଳ ଓଡ଼ିଶା ଗସ୍ତ କରିବ ଏବଂ ରାଜ୍ୟରେ ଦେଖାଦେଇଥିବା ଜଙ୍ଗଲ ନିଆଁର ଶୀଘ୍ର ଏବଂ ପ୍ରଭାବୀ ପ୍ରଶମନ ଲାଗି ବିଶେଷଜ୍ଞ ବୈଷୟିକ ପରାମର୍ଶ ଏବଂ ସହାୟତା ଯୋଗାଇ ଦେବ। ଆଜି ଏକ ଟୁଇଟ୍ ଜରିଆରେ ଶ୍ରୀ ଜାଭଡ଼େକର ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି। ଏଥିରେ ଡ. ଅମିତ ମଲ୍ଲିକ, ଆଇଜିଏଫ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ନୂଆଦିଲ୍ଲୀ, ସୁବ୍ରତ୍ତ ମହାପାତ୍ର, ଡିଡିଜି, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର, ଆରତୀ ଚୌଧୁରୀ, ମୁଖ୍ୟ, ସିଲଭିକଲଚର-ଆଇସିଏଫଆରଇ(ଅଗ୍ନିଶମ ବିଶେଷଜ୍ଞ) ଙ୍କୁ ସାମିଲ କରାଯାଇଛି।

ପ୍ରାରମ୍ଭିକ ଭାବେ ଏହି ଦଳ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ/ବିଶେଷ କରି ଜୈବମଣ୍ଡଳରେ ଦେଖାଦେଇଥିବା ଅଗ୍ନିକାଣ୍ଡର ସ୍ଥିତି ଅନୁଧ୍ୟାନ କରିବ। ବନାଞ୍ଚଳରେ ଅଗ୍ନିକାଣ୍ଡର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ବିଶେଷଜ୍ଞ ଏବଂ ବୈଷୟିକ ପରାମର୍ଶ ଦେବ। ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ କ୍ଷୟକ୍ଷତିର ସ୍ଥିତି ଏବଂ ଶିକାର ସହିତ ଏହାର କିଛି ସମ୍ପର୍କ ଥିଲେ ତାହାର ଅନୁଧ୍ୟାନ କରିବ।

ରାଜ୍ୟରେ ଦେଖାଦେଇଥିବା ବନାଗ୍ନି ଘଟଣା ସ୍ୱାଭାବିକ ସ୍ଥିତିକୁ ନଆସିବା ପର୍ଯ୍ୟନ୍ତ ଏହି ଦଳ ସେଠାରେ କାର୍ଯ୍ୟ କରିବ। ଏହି ଅବସରରେ ପରିବେଶ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ମନ୍ତ୍ରଣାଳୟର ଦଳ ସହିତ ସେ ନିଜେ ସବୁଦିନ ଜଙ୍ଗଲ ନିଆଁ ଚିହ୍ନଟ କରୁଥିବା ଉପଗ୍ରହ ମାନଚିତ୍ର ଜରିଆରେ ସାରା ଓଡ଼ିଶାରେ ଏବଂ ଶିମିଳିପାଳ ବ୍ୟାଗ୍ର ଅଭୟାରଣ୍ୟ/ଜୈବ ମଣ୍ଡଳ ଦେଖାଦେଇଥିବା ବନାଗ୍ନି ଘଟଣା ଉପରେ ନିୟମିତ ଅନୁଧ୍ୟାନ କରିବେ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories