www.samajalive.in
Monday, December 8, 2025
13.1 C
Bhubaneswar

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ ଯୋଜନା, ଉପକୃତ ହେବେ ୬ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ଶିକ୍ଷା ଓ ମେଣ୍ଟରସିପ୍‌ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ବିଭାଗୀୟ ୧୭୩୧ଟି ଆବାସିକ ବିଦ୍ୟାଳୟରେ ରହି ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୬ ଲକ୍ଷ ଏସ୍‌ଟି/ଏସ୍‌ସି ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଇଣ୍ଟରନେଟ୍‌ ସୁବିଧା ଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଭାଗ ପକ୍ଷରୁ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରାଯାଇଛି। ସୀମିତ ସମୟସୀମା ଅବଧି ଅନୁସାରେ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଅନୁସାରେ ଇ-ବିଷୟବସ୍ତୁକୁ ପଢ଼ିପାରିବେ। ବିଦ୍ୟାଳୟ ସ୍ତରରେ ହ୍ୱାଟସ୍‌ଆପ୍‌ରେ ରେଜିଷ୍ଟର କରିଥିବା ବିଭିନ୍ନ ଗ୍ରୁପ୍‌ର ଛାତ୍ରଛାତ୍ରୀଙ୍କୁ ପଠାଯିବ। ଏହି କାର୍ଯ୍ୟକ୍ରମରେ ବିଭାଗ ଦ୍ୱାରା ଗଠିତ ରାଜ୍ୟ ରିସୋର୍ସ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ଇ-ବିଷୟବସ୍ତୁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ପଠାଯାଉଛି। ଆଉ ମଧ୍ୟ ଏକ ଉପାଦେୟ ଅଡିଓଭିଜୁଆଲ୍‌ ଲର୍ଣ୍ଣିଂ ରିସୋର୍ସ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇ ବିଭାଗୀୟ ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ (ଇସୁବିଦ୍ୟା)ରେ ଅପ୍‌ଲୋଡ୍‌ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କ ନିକଟରେ ଇଣ୍ଟରନେଟ୍‌ ସୁବିଧା ନାହିଁ ମେଣ୍ଟର ଟିଚର ସେମାନଙ୍କ ଗାଁକୁ ଯାଇ ଛାତ୍ରଛାତ୍ରୀମାନଙ୍କ ଘରେ ପହଞ୍ଚି ଶିକ୍ଷାଦାନ କରୁଛନ୍ତି। ମେଣ୍ଟରମାନେ ସେମାନଙ୍କ ଭଲମନ୍ଦ ବୁଝିବେ, ଯେହେତୁ ସେମାନଙ୍କର କୋଭିଡ୍‌ ପରିପ୍ରେକ୍ଷୀରେ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ସ୍କୁଲ୍‌ ପାଠପଢ଼ା ସହ ସଂପର୍କ ନାହିଁ, ମେଣ୍ଟରମାନେ ସେମାନଙ୍କୁ ପାଠପଢ଼ାର ମହତ୍ତ୍ୱ ବୁଝାଇବା ସହିତ ପିତାମାତାଙ୍କୁ ଏ ସମ୍ବନ୍ଧରେ ଅବଗତ କରୁଛନ୍ତି। ପିଲାମାନେ ଯେପରି ପାଠପଢ଼ା ଜାରି ରଖିବେ ସେ ବିଷୟରେ ବୁଝାଇବେ। ଛାତ୍ରଛାତ୍ରୀମାନଙ୍କର ମନୋବୃତ୍ତି, ମନସ୍ତତ୍ତ୍ୱ, ସେମାନଙ୍କୁ ବହି ଯୋଗାଣ ଆଦି ସଂପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହେବେ।
ସବୁପିଲାଙ୍କୁ ପାଠପଢ଼ାରେ ସହାୟତା ଯୋଗାଇଦେବେ। ବିଭାଗୀୟ ଶିକ୍ଷକମାନେ ମେଣ୍ଟର ଭାବେ ପାଠ ପଢ଼ାଉଛନ୍ତି। ମେଣ୍ଟରମାନଙ୍କ ନିମନ୍ତେ ପ୍ରତି ସପ୍ତାହରେ ବିଭାଗ ପକ୍ଷରୁ ଭରଚୁଆଲ୍‌ ତାଲିମ ପ୍ରଦାନ କରାଯାଉଛି। ୨୧ ହଜାର ୨୩୯ଟି ଆଦିବାସୀ ଗ୍ରାମ ନିମନ୍ତେ ସମୁଦାୟ ୪,୪୬୭ ମେଣ୍ଟର ଟିଚର ଅଛନ୍ତି। ଏହି ବିକଳ୍ପ ଶିକ୍ଷା ଓ ମେଣ୍ଟର ଟିଚର କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଏସ୍‌ଟିଏସ୍‌ସି ଛାତ୍ରଛାତ୍ରୀଙ୍କ ସହିତ ସମ୍ପର୍କ ସ୍ଥାପନ କରାଯାଇପାରୁଛି। ସେମାନଙ୍କୁ କ୍ରିଟିକାଲ୍‌ ଲାଇଫ୍‌ ସ୍କିଲ୍‌ ସପୋର୍ଟ ପ୍ରଦାନ କରାଯାଇପାରିଛି। ଯଦ୍ବାରା ବହୁଦିନର ବ୍ୟବଧାନ ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆଗ୍ରହର ସହିତ ଆସି ଶ୍ରେଣୀରେ ଯୋଗଦାନ କରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories