www.samajalive.in
Tuesday, December 9, 2025
17.1 C
Bhubaneswar

ରାଜ୍ୟର ବଢି ଚାଲିଛି ସ୍କ୍ରବ୍‌‌ ଟାଇଫସ୍‌‌ ରୋଗୀଙ୍କ ସଂଖ୍ୟା

ଡେସ୍କ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କ୍ରବ୍‌‌ ଟାଇଫସ୍‌‌ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଳାରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ରେ ଆଉ ୨୫ ଜଣ ସ୍କ୍ରବ୍‌‌ ଟାଇଫସ୍‌‌ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁବାର
ପରୀକ୍ଷା କରାଯାଇଥିବା ୧୦୮ ନମୁନା ମଧ୍ୟରୁ ୨୫ ଜଣଙ୍କର ନମୁନା ପଜିଟିଭ୍‌‌ ଆସିଛି। ଫଳରେ ଜିଲ୍ଲାରେ ସ୍କ୍ରବ୍‌‌ ଟାଇଫସ୍‌‌ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଥିବା ଜଣାପଡିଛି। ତେବେ ଜିଲ୍ଲାରେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଏହି ରୋଗ ନେଇ ଗାଁ ଗାଁରେ ଲୋକମାନଙ୍କୁ ସଚେତନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ସ୍କ୍ରବ୍‌‌ ଟାଇଫସ୍‌‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଥିଲା । ଏ ବର୍ଷ ଅଧିକ ନମୁନା ପରୀକ୍ଷଣ କରାଯାଉଥିବାରୁ ରୋଗୀ ସଂଖ୍ୟା ଅଧିକ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories