www.samajalive.in
Tuesday, December 9, 2025
17.1 C
Bhubaneswar

ଏସୀୟ କ୍ରୀଡ଼ା : ହକିରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଡେସ୍କ : ହାଙ୍ଗଝୌ ଏସୀୟ କ୍ରୀଡ଼ା ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ପୂର୍ବରୁ ଗ୍ରୁପ ପର୍ୟ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।

ମ୍ୟାଚ ଆରମ୍ଭରୁ ଭାରତ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲା। ପ୍ରଥମ କ୍ବାର୍ଟରରେ କୌଣସି ଦଳ ଗୋଲ ସ୍କୋର କରି ପାରିନଥିବା ବେଳେ ଦ୍ବିତୀୟ କ୍ବାର୍ଟରରେ ଗୋଲ ଦେଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ପ୍ରଥମେ ମନପ୍ରୀତ ଗୋଲ୍ ଦେଇଥିଲେ । ଏହାପରେ ଅଧିନାୟକ ହରମନପ୍ରୀତ ସିଂହ ଆଉ ଗୋଟିଏ ଗୋଲ ଦେଇଥିଲେ। ପରେ ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ଏବଂ ଅଭିଷେକ ଗୋଲ ଦେଇଥିବାବେଳେ ଶେଷରେ ପୁଣିଥରେ ଅଧିନାୟକ ହରମନପ୍ରୀତ ଗୋଲ ଦେଇ ଭାରତର ବିଜୟ ସୁନିଶ୍ଚିତ କରିଥିଲେ।

- Advertisement -

ଏହି ସ୍ୱର୍ଣ୍ଣ ସହ ଏସୀୟ କ୍ରୀଡ଼ା ହକିରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ଭାରତ ୧୯୬୬, ୧୯୯୮ ଏବଂ ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା  ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories