www.samajalive.in
Monday, December 8, 2025
13.1 C
Bhubaneswar

ସ୍କୁଲକଲେଜରେ ଫି’ ପଇଠ : ହାଇକୋର୍ଟ ନିର୍ଦେଶକୁ ଅପେକ୍ଷା କରିବାକୁ ଅଭିଭାବକ ମହାସଂଘର ନିବେଦନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସବୁ ସ୍କୁଲକଲେଜ ସମତେ ଶିକ୍ଷାନୁଷ୍ଠାନଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି। ସ୍କୁଲକଲେଜ ବନ୍ଦ ରହୁଥିବାରୁ ଫି ପଇଠ ବାତିଲ କରାଯିବା ଉଚିତ। ଏହାକୁ ବେଖାତିର କରି କେତେକ ସ୍କୁଲକଲେଜ କର୍ତ୍ତୃପକ୍ଷ ଫି’ ଆଦାୟ କରୁଛନ୍ତି। ଅପରପକ୍ଷରେ କରୋନା ମହାମାରୀ ଯୋଗୁ ସରକାର ସ୍କୁଲକଲେଜ ଫି ଛାଡ଼ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ବିଚାରଧୀନ ରହିଛି। ତେଣୁ ସ୍କୁଲକଲେଜରେ ଫି’ ପଇଠ ପାଇଁ ହାଇକୋର୍ଟ ନିର୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ଅଭିଭାବକମାନଙ୍କୁ ଓଡ଼ିଶା ଅଭିଭାବକ ମହାସଂଘ ନିବେଦନ କରିଛି।
ଓଡିଶା ଅଭିଭାବକ ମହାସଂଘ ତରଫରୁ ଘରୋଇ ସ୍କୁଲଗୁଡ଼ିକ ଫି ଆଦାୟ କୁ ନେଇ ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲକଲେଜ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ‘ନୋ ସ୍କୁଲ, ନୋ ଫି’ ଆଧାରରେସ୍କୁଲକଲେଜ ଖୋଲିବା ପରେ ଫି’ ପଇଠ କରାଯିବା ଉଚିତ। ଏବେ ଲକ୍‌ଡାଉନ୍‌ ଯୋଗୁ ଅଭିଭାବକଙ୍କ ରୋଜଗାର ପ୍ରଭାବିତ ହୋଇଥିବାରୁ ସେମାନଙ୍କୁ ସ୍କୁଲକଲେଜ ଫି’ ପଇଠ ପାଇଁ ବାଧ୍ୟତାମୂଳକ କରିବା ସେମାନଙ୍କୁ ମାନସିକ ଯନ୍ତ୍ରଣା ଦେଉଛି, ଯାହାକୁ ବିରୋଧ କରୁଛି ଓଡିଶା ଅଭିଭାବକ ମହାସଂଘ ବିରୋଧ କରୁଛି। ଅପରପକ୍ଷରେ ସ୍କୁଲକଲେଜ ଫି’ ଛାଡ଼ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଥିବାବେଳେ, ଫି ନଦେଲେ ଅନ ଲାଇନ ପାଠପଢା ବନ୍ଦ କରିପାରିବେ ନାହିଁ, ଏପରି ସ୍ପଷ୍ଟ ମଧ୍ୟମିତ ନିର୍ଦେଶ ଥିବା ସତ୍ତ୍ବେ ଘରୋଇ ସ୍କୁଲକଲେଜଗୁଡ଼ିକ ପକ୍ଷରୁ ବାରମ୍ବାର ଅଭିଭାବକମାନଙ୍କୁ ଫି ମାଗିବା ଅଭିଯୋଗ ହେଉଛି। ଏହା ହାଇକୋର୍ଟ ନିର୍ଦେଶ ଅବମାନନା ବୋଳି ଅଭିଭାବକ ମହାସଂଘ କହିଛି। ତେଣୁ କୌଣସି ଫି’ ଜୁଲାଇ ୩୧ ପର୍ଯ୍ୟନ୍ତ ପଇଠ ନ କରିବାକୁ ଅଭିଭାବକମାନଙ୍କୁ ଅଭିଭାବକ ମହାସଂଘ ନିବେଦନ କରିଛି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ରଶ୍ମିରଞ୍ଜନ କାନୁନଗୋ, ସତ୍ୟବ୍ରତ ପରିଜା, ସ୍ୱପନେନ୍ଦୁ ସାମନ୍ତରାୟ, ଶଙ୍କର ସାମନ୍ତରାୟ, ପ୍ରଦୀପ୍ତ ମିଶ୍ର, ସତ୍ୟବ୍ରତ ଦାଶ, ରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ଜେନା, ହିମାଂଶୁ ବେହୁରା ଓ ପୁଣ୍ୟଶ୍ଳୋକ ମହାନ୍ତି ପ୍ରମୁଖ ଘରୋଇ ସ୍କୁଲକଲେଜଗୁଡ଼ିକ ଲକ୍‌ଡାଉନ୍‌ ସମୟରେ ନେଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories