www.samajalive.in
Tuesday, December 9, 2025
16.1 C
Bhubaneswar

କାଶ୍ମୀର ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ; ୧୧ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ଆତ୍ମଘାତୀ ଆତଙ୍କବାଦୀ ଜଣେ କାଶ୍ମୀର ଯୁବକ ବୋଲି ଜଣାପଡ଼ିବା ପରେ ଦେଶବ୍ୟାପୀ କାଶ୍ମୀର ନାଗରିକଙ୍କ ଉପ​‌ରେ ବିପଦ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟରେ କାଶ୍ମୀର ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ କରାଯିବା ସହ ଆକ୍ରମଣ ମଧ୍ୟ ହେଉଛି। ଏପରି ଘଟଣାକୁ ସୁପ୍ରିମକୋର୍ଟ ନିନ୍ଦା କରିବା ସହ କାଶ୍ମୀର ନାଗରିକମାନଙ୍କ ଉପରେ ଯଦି କୌଣସି ସ୍ଥାନରେ ଆକ୍ରମଣ ହେଉଛି, ତେବେ ସେ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏଲ.ଏନ. ରାଓ ଏବଂ ସଞ୍ଜୀବ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର, ୧୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ ଜାର କରିଛନ୍ତି। ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ଏ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

- Advertisement -

ଦେଶର ବିଭିନ୍ନ ସ୍ଥାନରେ ବିଶେଷ କରି ଡେରାଡୁନ, କୋଲକାତାରେ କାଶ୍ମୀର ନାଗରିକମାନଙ୍କୁ ଟାର୍ଗେଟ କରାଯାଉଥିବା ନେଇ ଗଣମାଧ୍ୟମଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ଆଧାର କରି କଲିନ ଗନସ୍ଲେଭସ ନାମକ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର କରାଯାଇଥିଲା।  ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାଶ୍ମୀର ଛାତ୍ରମାନଙ୍କୁ ଆକ୍ରମଣ କରାଯାଉଥିବା ସେ ପିଟିଶନରେ ଦର୍ଶାଇଥିଲେ ଏବଂ ଏହାକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକୁ ନିର୍ଦେଶ ଦେବା ଲାଗି ସେ କୋର୍ଟଙ୍କୁ ନିବେଦନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories