www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତରପ୍ରଦେଶରେ ବିଜେପିକୁ ଲାଗିପାରେ ଝଟକା; ହାତ ଛାଡ଼ିପାରେ ଆପନା ଦଲ୍‌, ଏସବିଏସପି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ବିଜେପିକୁ ଝଟକା ଲାଗିଛି। ରାଜ୍ୟରେ ବିଜେପିର ସହଯୋଗୀ ଦଳ ଆପନା ଦଲ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସବିଏସପି) ବିଜେପି ହାତ ଛାଡ଼ିବା ନେଇ ଆଶଙ୍କା ଉପୁଜିଛି। ଏହି ପରିପ୍ରେକ୍ଷୀରେ ଆପନା ଦଲର ସଂରକ୍ଷକ ଅନୁପ୍ରିୟା ପଟେଲ ଏବଂ ଅଧ୍ୟକ୍ଷ ଆଶିଷ ପଟେଲ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। କଂଗ୍ରେସ ସହ ଉଭୟଙ୍କର ଲମ୍ବା ସମୟ ପର୍ଯ୍ୟନ୍ତ ବୈଠକ ବସିଥିଲା। ପ୍ରିୟଙ୍କାଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ଆପନା ଦଲ କଂଗ୍ରେସ ସହ ମେଣ୍ଟ କରିବା ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏସବିଏସପିର ମୁଖ୍ୟ ଓମପ୍ରକାର ରାଜଭର ମଧ୍ୟ ରାଜ୍ୟରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଲାଗି ସମ୍ପର୍କ କରିଥିବା ଜଣାପଡ଼ିଛି।

ଉତ୍ତରପ୍ରଦେଶରେ ବିଜେପି ଆପନା ଦଲକୁ ଅଣଦେଖା କରୁଥିବା ଅନୁପ୍ରିୟା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଦଳୀୟ ନେତା ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଅପରପକ୍ଷେ ରାଜଭର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଲାଗି ଗଠିତ ସାମାଜିକ ନ୍ୟାୟ ସମିତିର ରିପୋର୍ଟରେ ହୋଇଥିବା ସୁପାରିସକୁ ଲାଗୁ କରିବାକୁ ଦାବି କରିଥିଲେ। ମାତ୍ର ଏହାକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ ସେ ଅନ୍ୟ ବାଟ ବାଛିଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories