www.samajalive.in
Tuesday, December 9, 2025
16.1 C
Bhubaneswar

ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ୍‍ ହିଁ ବ୍ୟବହାର କରାଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଲେକ୍‍ଟ୍ରୋନିକ୍‍ ଭୋଟିଂ ମେସିନ ବା ଇଭିଏମ୍‍ ହିଁ ବ୍ୟବହାର କରାଯିବ। ଏ ସଂପର୍କରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ ସ୍ଥାନରେ ବାଲଟ କାଗଜ ବ୍ୟବହାର କରାଯିବା ଲାଗି ଦାଖଲ ହୋଇଥିବା ପିଆଇଏଲକୁ ଅଦାଲତ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଇଲେକ୍‍ଟ୍ରୋନିକ୍‍ ଭୋଟିଂ ମେସିନର ଅପବ୍ୟବହାର ସମ୍ଭାବନା ଥିବା ଏବଂ ଅବାଧ ଓ ନିରପେକ୍ଷ ଭୋଟ୍‍ଗ୍ରହଣ ପାଇଁ ସେଗୁଡ଼ିକୁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ‘ନ୍ୟାୟଭୂମି’ ନାମକ ଏନଜିଓର ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ ବୋଲି କହିବା ସହ କୋର୍ଟ ପିଆଇଏଲକୁ ଖାରଜ କରି  କହିଛନ୍ତି। ପ୍ରତ୍ୟେକ ବ୍ୟବସ୍ଥା ଓ ମେସିନକୁ ବ୍ୟବହାର କରାଯାଇପାରିବ ଓ ଅପବ୍ୟବହାର ମଧ୍ୟ କରାଯାଇପାରିବ ଏବଂ ସବୁ ସ୍ଥାନରେ ସନ୍ଦେହ ରହିବ। ତେଣୁ ପ୍ରଚଳିତ ତଥା ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବାରେ କୁଣ୍ଠାବୋଧ କାହିଁକି ବୋି ଅଦାଲତ ପ୍ରଶ୍ନ କରିଛନ୍ତି?

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories