www.samajalive.in
Monday, December 8, 2025
14.1 C
Bhubaneswar

ଏସବିଆଇ ଉପଭୋକ୍ତା ଏହି ସମସ୍ୟାର ହେଉଛନ୍ତି ସମ୍ମୁଖୀନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଉପଭୋକ୍ତାଙ୍କ ପାଇଁ କିଛି ସମସ୍ୟା ଦେଖାଦେଇଛି ।  ମୋବାଇଲ୍‍ ବ୍ୟାଙ୍କିଂ ୟୋନୋ ଯୋଗୁ ଉପଭୋକ୍ତା ମାନେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଘଟଣାକୁ ନେଇ କିଛି ଉପଭୋକ୍ତା ଟ୍ୱିଟରରେ ଟ୍ୱିଟ୍‍ ମଧ୍ୟ କରିଥିଲେ । ପରେ ପରେ ଏସବିଆଇ ଏନେଇ ମଧ୍ୟ ତାର ପ୍ରତିକ୍ରିୟା ରଖିଥିଲା । ଏସବିଆଇ ତାର ଟ୍ୱିଟରେ କହିଛି କିଛି ବୈଷୟିକ ସମସ୍ୟା ଯୋଗୁ ଏପରି ଅସୁବିଧା ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି ।
ଘଟଣାକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଥିଲା । ୟୋନୋର ଉପଭୋକ୍ତାମାନେ ନିଜ ଫୋନରେ କିଛି ଭୁଲ ବିଜ୍ଞପ୍ତିକୁ ଆପଣାଇଥିଲେ ।

ପରେ ଯେତେବେଳେ ଶହ ଶହ ଏସବିଆଇ ୟୋନୋ ବ୍ୟବହାରକାରୀ ଟ୍ୱିଟରରେ ସେୟାର କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ୟୋନୋ ଏସବିଆଇ ଆପ୍ ମୋତେ ଲୋନ୍‍ ମାସେଜ୍‍ ଦେଇ ସ୍ପାମ୍ କରୁଛି । ଦୟାକରି ଏହାକୁ ଦେଖନ୍ତୁ ଏହା ମୋର ନାମ ନୁହେଁ । ଏଠାରେ କିଛି ନିଶ୍ଚୟ ଭୁଲ କାମ କରାଯାଉଛି । ଖାଲି ଏତିକି ନୁହେଁ ଏହିପରି ଅନେକ ଏସବିଆଇ ଉପଭୋକ୍ତା ଏପରି ଅଭିଯୋଗ ଆଣିଥିଲେ । ଅଭିଯୋଗ ଆସିବା ପରେ ଏସବିଆଇ ତାର ବିବୃତି ରଖିଥିଲା । ଯାନ୍ତ୍ରିକ ତ୍ରୁଟି ହେତୁ କିଛି ଉପଭୋକ୍ତା ୟୋନୋ ଲାଇଟ୍ ପ୍ରୟୋଗରେ ଭୁଲ ବିଜ୍ଞପ୍ତି ଗ୍ରହଣ କରୁଛନ୍ତି। ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଆମେ କାର୍ଯ୍ୟ କରୁଛୁ ବୋଲି ଏସବିଆଇ କହିଥିଲା ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories