www.samajalive.in
Monday, December 8, 2025
27.1 C
Bhubaneswar

ଷ୍ଟେଟବ୍ୟାଙ୍କ ସର୍ଭରର ପାସଓ୍ୱାର୍ଡ ଲିକ୍‌ ହୋଇଥିବା ଅଭିଯୋଗ

ନୂଆଦିଲ୍ଲୀ ..- ଷ୍ଟେଟ ବ୍ୟାଙ୍କର ଡାଟା ସର୍ଭରର ପାସଓ୍ୱାର୍ଡ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଅନେକ ଖାତା ଧାରକ ବା ଆକାଉଣ୍ଟଧାରୀଙ୍କର ତଥ୍ୟ ଲିକ୍‌ ହେବାର ଆଶଙ୍କା କରାଯାଉଛି । ଆମେରିକାର ଟେକ୍ନୋଲଜି ଓ୍ୱେବସାଇଟ୍‌ କ୍ରଞ୍ଚ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଡାଟା ସର୍ଭର ପାସଓ୍ୱାରଡ ଲିକ୍‌ ହୋଇଥିବା ଖବର ପ୍ରକାଶିତ କରିଛି  । ଅନେକ ଜାତୀୟ ଗଣ ମାଧ୍ୟମରେ କ୍ରଞ୍ଚର ଏହି ଖବର ପ୍ରକାଶିତ ହୋଇଛି । ଏହି ଖବର ଆସିବା ପରେ ଏସ୍‌ବିଆଇ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ।  ଖାତା ଧାରକମାନଙ୍କର ତଥ୍ୟ ସୁରକ୍ଷିତ ରଖିବା ପାଇଁ ଏସ୍‌ବିଆଇ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇ ସୂଚନା ଦିଆଯାଇଛି । ପାସଓ୍ୱାର୍ଡ ଲିକ୍‌ ବିଷୟରେ ଆସିବା ପରେ ଏବିଷୟ ତଦନ୍ତ କରାଯାଉଥିବା ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ।

ଏସ୍‌ବିଆଇ କ୍ୱିକ୍‌କୁ ବ୍ୟବହାର କରୁଥିବା ଲୋକଙ୍କର ତଥ୍ୟ ବେଶୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories