ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସର୍ବବୃହତ କ୍ରେଡିଟକାର୍ଡ ଯୋଗାଣକାରୀ ଏସବିଆଇ କାର୍ଡ ଏବଂ ଦେଶର କାରିଗରମାନଙ୍କ ଦ୍ୱାରା ହାତରେ ତିଆରି ବିବିଧ ବର୍ଗର ଉତ୍ପାଦ ନିମନ୍ତେ ଭାରତର ସର୍ବବୃହତ ଖୁଚୁରା ବିକ୍ରୟ ପ୍ଲାଟଫର୍ମ ଫାବ୍ଇଣ୍ଡିଆ ସ୍ୱତନ୍ତ୍ର ମିଳିତ ଭାବେ ବ୍ରାଣ୍ଡିଂ କରାଯାଇଥିବା ସଂସର୍ଗ ବିହୀନ କ୍ରେଡିଟକାର୍ଡ -ଫାବ୍ଇଣ୍ଡିଆ ଏସବିଆଇ କାର୍ଡ ପ୍ରଚଳନ ସକାଶେ ପରସ୍ପର ସହିତ ହାତ ମିଳାଇଛନ୍ତି। ଏହାର ପ୍ରିମିୟମ ଗ୍ରାହକମାନଙ୍କୁ ଏକ ସନ୍ତୋଷଜନକ କିଣାକିଣି ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ଅତ୍ୟନ୍ତ ଯତ୍ନର ସହିତ ବିବିଧ ଫାଇଦା ଓ ସୁବିଧା ସୁଯୋଗକୁ ନେଇ ଏହି କାର୍ଡ ଡିଜାଇନ କରାଯାଇଛି। ଏହା ଫାବ୍ଇଣ୍ଡିଆ ଏସବିଆଇକାର୍ଡ ସିଲେକ୍ଟଏବଂ ଫାବ୍ଇଣ୍ଡିଆ ଏସବିଆଇକାର୍ଡ ଭଳି ଦୁଇଟି ପ୍ରକାରରେ ଆସୁଛି।
ଏହି ନୂତନ ମିଳିତ ଭାବେ ବ୍ରାଣ୍ଡିଂ କରାଯାଇଥିବା ସଂସର୍ଗ ବିହୀନ କ୍ରେଡିଟ କାର୍ଡରେ ଖୁଚୁରା କିଣାକିଣି ଖର୍ଚ୍ଚ ଉପରେ ଏହି ଶ୍ରେଣୀରେ ସର୍ବୋତ୍ତମ ରିୱାର୍ଡ ପଏଣ୍ଟ ପ୍ରଦାନ କରାଯାଉଛି ଏବଂ ବିବିଧ ବର୍ଗରେ କରାଯାଉଥିବା ଖର୍ଚ୍ଚ କ୍ଷେତ୍ରରେ ମୂଲ୍ୟ ଫେରସ୍ତ ପାଇବା ବ୍ୟବସ୍ଥାର ସମ୍ମିଶ୍ରଣ କରାଯାଇଛି, ଯଦ୍ଦ୍ୱାରା ଏହା ପ୍ରିମିୟମ କାର୍ଡଧାରୀଙ୍କର ମୋଟାମୋଟି ଖର୍ଚ୍ଚ ଆବଶ୍ୟକତା ସମାଧାନ କରିପାରୁଛି। ଏଥିସହିତ ଫାବ୍ଇଣ୍ଡିଆ ଏସବିଆଇକାର୍ଡ ଗ୍ରାହକମାନଙ୍କୁ ଫାବ୍ଇଣ୍ଡିଆର ଫାବ୍ ଫ୍ୟାମିଲି ଲୟାଲଟି କାର୍ଯ୍ୟକ୍ରମରେ ଉଚ୍ଚତର ସ୍ତରରେ (ଗୋଲ୍ଡ ଓ ପ୍ଲାଟିନମ) ସିଧାସଳଖ ପ୍ରବେଶ କରିବା ସୁଯୋଗ ପ୍ରଦାନ କରୁଛି, ଅନ୍ୟଥା ଯାହା ବାର୍ଷିକ ସର୍ବନିମ୍ନ ଯଥାକ୍ରମେ ୩୦ ହଜାର ଟଙ୍କାଏବଂ ୭୫ ହଜାର ଟଙ୍କା ଖର୍ଚ୍ଚ କରିବାର ଯୋଗ୍ୟତା ହାସଲ କରୁଥିବା ଗ୍ରାହକଙ୍କୁ ଯୋଗାଇ ଦିଆଯାଇଥାଏ।
ଏସବିଆଇକାର୍ଡ, ଫାବ୍ଇଣ୍ଡିଆ ସହଭାଗିତାରେ ପ୍ରଚଳନ କରୁଛି ଫାବ୍ଇଣ୍ଡିଆ ଏସବିଆଇ କାର୍ଡ
Popular Categories



