www.samajalive.in
Monday, December 8, 2025
27.1 C
Bhubaneswar

ସାଉଦି ରାଜକୁମାରୀ ହେଲେ ଆମେରିକାରେ ପ୍ରଥମ ମହିଳା ରାଷ୍ଟ୍ରଦୂତ

ଓ୍ୱାଶିଂଟନ . – ସାଉଦି ରାଜକୁମାରୀ  ରିମା ବିଂତ ବଂନ୍ଦାର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଆମେରିକାରେ ନିଯୁକ୍ତି ପାଇଛନ୍ତି । ରିମା ସାଉଦି ଆରବର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି ।  ୯/୧୧ ଆକ୍ରମଣ ପରେ ଆମେରିକା ଓ ସାଉଦି ଆରବ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା ।  ରାଜକୁମାରୀଙ୍କ ପାଇଁ ଏହି କାର୍ଯ୍ୟ ବେଶ୍‌ ଆହ୍ୱାନପୂର୍ଣ୍ଣ ରହିବ ।

ଏବେ ଇରାନ୍‌ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ଏହି ସମୟରେ ସାଉଦି ଆରବ ପକ୍ଷରୁ ରିମାଙ୍କୁ ଆମେରାକାରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି । ରିମାଙ୍କ ନିୟୁକ୍ତି ବିଷୟରେ ଚଳିତ ବର୍ଷ ପେବ୍ରୁଆରୀ ମାସରେ ଘୋଷଣା କରାଯାଇଥିଲା ।   ରିମା ସାଉଦିଆରବର ପୂର୍ବତନ ରାଷ୍ଟ୍ରଦୂତ ବିନ ସୁଲତାନ୍‌ ଅଲ୍‌ ସୌଦିଙ୍କର ଝିଅ ।  ରିମା ରାଜକୁମାର ଖାଲିଦ ବିନ୍‌ ସଲମାନଙ୍କ ସ୍ଥାନରେ ଏହି କାମ ସମ୍ଭାଳିବେ । ରାଜକୁମାର ଖାଲିଦ୍‌ ସୁଲତାନ ସଲମାନଙ୍କ ପୁଅ ।  ଆଗରୁ ସେ ଯୁଦ୍ଧ ବିମାନର ପାଇଲଟ୍‌ ଥିଲେ ।

- Advertisement -

ତୁର୍କିରେ ସାଉଦିଆରବ ଦୂତବାସ ମଧ୍ୟରେ ସାମ୍ବାଦିକ ଜମାଲ ଖସୋଗୀଙ୍କର ହତ୍ୟା ପରେ ମାନବିକତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଅମାନବୀୟ ଭାବେ ଖାସୋଗୀଙ୍କର ହତ୍ୟା କରାଯାଇଥିଲା । ସାଉଦି ଆରବରେ ଅନେକ କଟକଣା ମାନବୀୟ ମାପଦଣ୍ଡର ବିରୋଧରେ ବୋଲି ଆଲୋଚନା କରାଯାଉଛି । କେବଳ ସେତିକି ନୁହେଁ ମହିଳାଙ୍କ ଉପରେ ଅନେକ କଟକଣା ଲାଗିଛି । ଏହାକୁ ଆମେରିକାର ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନ ବିରୋଧ କରୁଛନ୍ତି ।

ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକସ୍‌ର ଅନ୍ତରାଷ୍ଟ୍ରୀୟ ସମ୍ପର୍କର ଫ୍ରଫେସର ଫବାସ୍‌ ଏ ଗେର୍ଜେସଙ୍କ ଅନୁସାରେ ସାଉଦି ଆରବ ପ୍ରତି ଆମେରିକାର ଦୃଷ୍ଟି କୋଣ ଏତେ ଭଲ ନାହିଁ ।  ରିମାଙ୍କ ପାଇଁ ଆମେରିକାରେ କାମ କରିବା ଅତି ଆହ୍ୱାନପୂର୍ଣ୍ଣ ରହିବ ବୋଲି ପ୍ରଫେସର ଫବାସ୍‌ ସୂଚନା ଦେଇଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories