ଗୋଆର ରାଜ୍ୟପାଳ ନିଯୁକ୍ତ ହେବାପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସତ୍ୟପାଲ ମଲିକ
ନୂଆଦିଲ୍ଲୀ : ସତ୍ୟପାଲ ମଲିକ ଶୁକ୍ରବାର ଗୋଆର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ଗୋଆର ରାଜ୍ୟପାଳ ହେବାପରେ ସେ ଶନିବାର ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ଯାଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଉଭୟଙ୍କ ଫଟୋ ସହ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
Shri Satya Pal Malik called on PM @narendramodi. pic.twitter.com/bwFbWx3H4l
— PMO India (@PMOIndia) October 26, 2019
ଗତକାଲି ସତ୍ୟପାଲ ମଲିକଙ୍କୁ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବାସହ ପି.ଏସ ଶ୍ରୀଧରନ୍ ପିଲାଇଙ୍କୁ ମିଜୋରମର ରାଜ୍ୟପାଳ ଦାୟିତ୍ବ ଦିଆଯାଇଥିଲା। ଓଡ଼ିଶାର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ଏବଂ ରାଧାକ୍ରିଷ୍ଣ ମାଥୁରଙ୍କୁ ଲଦାଖର ଲେଫଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା।
Comments are closed.