ମେଷ: ସୁକୁମାର ରୂପର ଅଧିକାରୀ ହେବେ। ପିତା, ମାତାଙ୍କର ପ୍ରାଣରୁ ଅଧିକ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ। ଚକ୍ଷୁଯୁଗଳ ମନୋହର ହେବ। ସମୃଦ୍ଧିର ମୂଳଦୁଆ ପକାଇ ସନ୍ତୁଷ୍ଟ ହେବେ।
ବୃଷ: କଠୋର ବାକ୍ୟ ବ୍ୟବହାର କରିବା ଦ୍ବାରା ନିଜ ଲୋକମାନେ ବିମୁଖ ହୋଇପାରନ୍ତି। ଅନଟନର ସମ୍ମୁଖୀନ ହେବା ଆଶା କରାଯାଏ। ଅଯଥା ବ୍ୟୟ କରିବେ। ମିଷ୍ଟାନ୍ନ ଭୋଜନ ମାନ୍ଦାଗ୍ନିର କାରଣ ହୋଇପାରେ।
ମିଥୁନ: ଜଣେ ମହାମାନବର ପରିଚୟ ସୃଷ୍ଟି କରିବା ସହିତ ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଧନ ବୃଦ୍ଧି ଲାଭର ସୂଚନା ମିଳୁଛି। ପରିବାରଙ୍କ ସହାୟତା ଓ ନିଜ ବାହୁ ବଳରେ ଶତ୍ରୁଙ୍କୁ ପରାଜିତ କରିବେ।
କର୍କଟ: ଧୈର୍ଯ୍ୟବାନ୍ ହେବେ। ବିବେକାନୁମୋଦିତ ସତ୍ ପଥରେ ଯାଇ ବହୁ ସୁକର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ର ଓ ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିବେ। ସମସ୍ତ କଳୁଷ ଦୂର ହୋଇପାରେ।
ସିଂହ: ଭୋଗବିଳାସ ପ୍ରତି ଅନାସକ୍ତ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଦାତାଙ୍କ ନିକଟରେ କୃତଜ୍ଞ ହୋଇପାରନ୍ତି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ପ୍ରଖର ବୁଦ୍ଧି ଓ ଜ୍ଞାନବଳରେ ବହୁ ପୋଷକ ହୋଇପାରନ୍ତି।
କନ୍ୟା: କୁମିତ୍ରମାନେ ପାଖକୁ ଆସି ମନ ଭୁଲାଣିଆ କଥା କହିବାବେଳେ ସେମାନଙ୍କଠାରୁ ସତର୍କତା ଅବଲମ୍ବନ କରନ୍ତୁ। ଅପାତ୍ରରେ ଦାନ ଦେଲେ ଅର୍ଜନ କରିଥିବା ସମସ୍ତ ପୁଣ୍ୟର ପରିସମାପ୍ତି ଘଟିବ।
ତୁଳା: ଶାସ୍ତ୍ରଜ୍ଞ ହୋଇପାରନ୍ତି। ବହୁ ମିତ୍ରଙ୍କ ସହାୟତା ପାଇ ସେମାନଙ୍କ ପ୍ରତି କୃତଜ୍ଞ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରାଜପୂଜା ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ପତ୍ନୀ ସହାୟିକା ହେବେ।
ବିଛା: ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ। ତେଜିୟାନ୍ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ। ଗୁହ୍ୟ ରୋଗରେ ପୀଡ଼ିତ ହୋଇପାରନ୍ତି।
ଧନୁ: ନିସର୍ଗ ସୁଖର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ଉନ୍ନତ ଚିନ୍ତାଧାରା ସମ୍ପନ୍ନ ହେବ। ଶାସ୍ତ୍ର ବିଚକ୍ଷଣ ହେବେ। ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ମକର: ସୁବକ୍ତା ହୋଇପାରନ୍ତି। ଶ୍ରେଷ୍ଠ ପଦପଦବୀର ଆଶାୟୀ ହୋଇପାରନ୍ତି। ଦେବ, ଗୁରୁଙ୍କ କୃପା ଭିକ୍ଷା କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଜିତେନ୍ଦ୍ରୀୟ ହୋଇପାରନ୍ତି। ଜନ ସମର୍ଥନ ମିଳିପାରେ।
କୁମ୍ଭ: କ୍ଷମାଶୀଳ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ସଦାସର୍ବଦା ସତ୍ପଥରେ ପରିଚାଳିତ ହୋଇପାରନ୍ତି। ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଦୂରଦ୍ରଷ୍ଟା ହେବେ।
ମୀନ: ତେଜିୟାନ୍ ହେବେ। କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରି ଲୋକପ୍ରିୟ ହେବେ। ଧର୍ମ ମାର୍ଗରେ ନିଜକୁ ପରିଚାଳିତ କରିପାରନ୍ତି। ପୁତ୍ରର କୀର୍ତ୍ତିମାନ୍ରେ ଗର୍ବିତ ହେବେ। ଜନବଲ୍ଲଭ ହେବେ।
ଶନିବାର ରାଶିଫଳ (ନଭେମ୍ବର ୨୫)
Popular Categories



