www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ସୁସ୍ଥ ଶରୀର ପାଇଁ ଛତୁଆର ଆବଶ୍ୟକତା

ଖରାଦିନରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଅଧିକ ଶୋଷ ଲାଗିଲେ ସରବତ, ବିଭିନ୍ନ ଜୁସ ମଧ୍ୟ ପିଇଥାଉ। ଏପରି ସମୟରେ ଛତୁଆ ଏକ ଉତ୍ତମ ବିକଳ୍ପ ଅଟେ। ବିହାର, ପଶ୍ଚିମ ବଙ୍ଗ ଓ ଉତ୍ତରପ୍ରଦେଶରେ ମଧ୍ୟ ଏହାର ଅଧିକ ବ୍ୟବହାର କରାଯାଏ। ଏହା ଶରୀରକୁ ଥଣ୍ଡା ରଖିଥାଏ। ଏଥିରେ ଭରପୁର ମାତ୍ରରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଛି। ଏହାର ଉପକାରିତା ଗୁଣ ବିଷୟରେ ଜାଣନ୍ତୁ….
ଛତୁଆ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ଯେଉଁମାନଙ୍କୁ ବାରମ୍ବାର ଭୋକ ଲାଗେ, ସେମାନଙ୍କ ପାଇଁ ଏହା ଖୁବ ଲାଭଦାୟକ।
ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି।
ଏହାକୁ ଖାଇବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହାର ସେବନ ଦ୍ୱାରା ଯକୃତ ସୁସ୍ଥ ରହିଥାଏ।
ଏଥିରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ଅଟେ।
ରକ୍ତଚାପ ଜନିତ ରୋଗୀଙ୍କ ପାଇଁ ମଧ୍ୟ ବେଶ ହିତକାରକ।
ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଫଳରେ କାର୍ଯ୍ୟ କରିବା ସମୟରେ ହାଲିଆ ଅନୁଭବ ହୋଇନଥାଏ।
ଛତୁଆକୁ ସଠିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ମୋଟାପଣ ହ୍ରାସ କରିଥାଏ।
ନିଜର ସ୍ୱାଦ ଅନୁଯାୟୀ ଆପଣ ଛତୁଆରେ ଚିନି କିମ୍ବା ଲୁଣ ବ୍ୟବହାର କରି ସେବନ କରିପାରିବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories