www.samajalive.in
Saturday, December 6, 2025
26.1 C
Bhubaneswar

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ : ଗର୍ଭବତୀ ବାଘୁଣୀ ଏକମାତ୍ର ଆଶା

ଅନୁଗୋଳ : ମହାବଳ ବାଘ ମହାବୀର ମୃତ୍ୟୁ ଘଟଣା ପରେ ଆଶା ଆଶଙ୍କାରେ ରହିଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗର୍ଭବତୀ ବାଘୁଣୀ ଏକ ମାତ୍ରା ଆଶା କିରଣ ସଦୃଶ ହୋଇଛି। ୩ ବର୍ଷିୟ ମହାବଳ (ମହାବୀର) ସହ ସମ୍ପର୍କ ସ୍ଥାପନ ପରେ ୧୦ ବର୍ଷିୟା ଏହି ବାଘୁଣୀ ଗର୍ଭବତୀ ହେଇଥିବା କୁହାଯାଉଛି। ଏହି କାରଣରୁ କିଛି ମାସ ପରେ ସେ ଶାବକ ପ୍ରସବ କରିବ। ଏହାଫଳରେ ବର୍ତ୍ତମାନ ପାଇଁ ସ୍ଥଗିତ ହୋଇଥିବା ବ୍ୟାଘ୍ର ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ ନେଇ ଏନଟିସିଏ ପୁଣି ସକରାତ୍ମକ ଦୃଷ୍ଟି କୋଣରେ ବିଚାର କରିବ। ଓ ଆଗକୁ ସମସ୍ତ ପ୍ରକାରର ସୁରକ୍ଷା ଓ ସୁବ୍ୟବସ୍ଥା କରି ଦୁଇ ଯୋଡା ବାଘ ଶାତକୋଶିଆକୁ ପଠାଇବା ଆଶା ରହିଛି।


ଟି୧(ମହାବୀର) ଓ ଟି୨(ସୁନ୍ଦରୀ) ପୂର୍ବରୁ ଶାତ କୋଶିଆ ଅଞ୍ଚଳରେ ଏକମାତ୍ର ବାଘୁଣୀ ରହିଥିଲା। ୧୦ ବର୍ଷିୟ ଏହି ବାଘୁଣୀ ଏକୁଟିଆ ରହୁଥିବାରୁ ବାଘ ବଂଶ ବୃଦ୍ଧି ସମ୍ଭାବନା ନଥିଲା। ଅନ୍ୟ ଏକ ବାଘ ମହାନଦୀ ଅଭୟାରଣ୍ୟ ତଥା ବୌଦ୍ଧ ଜିଲା ଜଙ୍ଗଲ ଅଞ୍ଚଳରେ ଅଛି। ସେହି ବାଘ ଶାତକୋଶିଆ ଅଞ୍ଚଳକୁ ଆସେ ନାହିଁ। ଏଣୁ ବାଘ ବଂଶ ବୃଦ୍ଧି ଆଶା କ୍ଷୀଣ ରହିଥିଲା। ଶାତକୋଶିଆ ବାଘୁଣୀ ପାଇଁ ବାହାରୁ ବାଘ ଅଣାଯାଇ ବାଘ ବଂଶ ବିସ୍ତାର କରିବା ଏକମାତ୍ର ବିକଳ୍ପ ଥିଲା। ଏଣୁ ବ୍ୟାଘ୍ର ପ୍ରକଳ୍ପ ଯୋଜନା କରାଯାଇଥିଲା। ବହୁ କଷ୍ଟରେ ଉଭୟ ରାଜ୍ୟ ଓ କେନ୍ଦ୍ର ଅନୁମୋଦନ ପରେ ବ୍ୟାଘ୍‍୍ର ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ୩ବର୍ଷିୟ ମହାବଳ ବାଘ ମହାବୀର ଶାତକୋଶିଆକୁ ଆସିବା ପରେ ଏନ୍‍କ୍ଲୋଜରରେ ରଖାଯାଇଥିଲା। ଏହି ସମୟରେ ହିଁ ଶାତକୋଶିଆରେ ରହୁଥିବା ୧୦ ବର୍ଷିୟା ବାଘୁଣୀ ଆସି ଏନକ୍ଲୋଜର ପାଖରେ ବିଚରଣ କରିଥିଲା। ଉଭୟଙ୍କ ବ୍ୟବହାର ବନ୍ଧୁତ୍ୱପୂର୍ଣ୍ଣ ଦେଖା ଯିବାରୁ ମହାବୀରକୁ ଏନକ୍ଲୋଜର ଭିତରୁ ବାହାରକୁ ଛଡଯାଇଥିଲା। ଜଙ୍ଗଲ ଭିତରେ ଉଭୟେ ଘନିଷ୍ଟ ହୋଇ ବିଚରଣ କରୁଥିବା ଦେଖାଯାଇଥିଲା। ଜଙ୍ଗଲ କର୍ମଚାରୀ ଓ ଜଙ୍ଗଲ ଭିତରକୁ ଯାଉଥିବା ଲୋକେ ବାଘ ବାଘୁଣୀଙ୍କ ମିଳନ ଦେଖିଥିଲେ। କେତେକ ସିସିଟିଭିରେ ମଧ୍ୟ ଏହା ରେକର୍ଡ ହୋଇଥିବା କୁହାଯାଉଛି। ଗତ ଅଗଷ୍ଟ ମାସ ଶେଷ ସପ୍ତାହ ଓ ସେପ୍ଟମ୍ବର ମାସ ପ୍ରଥମ ସପ୍ତାହ ରେ ଉଭୟଙ୍କ ମିଳନ ହୋଇଥିବା କୁହାଯାଉଛି। ଏଣୁ ବାଘୁଣୀ ଗର୍ଭବତୀ ହେଇଥିବା ଅନୁମାନ କରାଯାଉଛି। ମିଳନର ୭ ମାସ ମଧ୍ୟରେ ବାଘୁଣୀ ଶାବକ ପ୍ରସବ କରିବାର ସମ୍ଭାବନା ରହିଛି। ବାଘୁଣୀ ଗର୍ଭବତୀ ହୋଇଥିଲେ ଫେବୃଆରୀ ମାସ ବେଳକୁ ଶାବକ ପ୍ରସବ କରିପାରେ।
ଏହି ସମୟକୁ ଉଭୟ ଶାତକୋଶିଆ ପ୍ରକଳ୍ପ ଅଧିକାରୀ ଓ ଏନଟିସିଏ ଅଧିକାରୀ ଚାତକ ପରି ଚାହିଁ ବସିଛନ୍ତି। ଯାହା କି ଶାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ନିର୍ଧାରଣ କରିବ। ଶାବକ ପ୍ରବ ହେବା ପରେ ବ୍ୟାଘ୍ର ପ୍ରକଳ୍ପ ଫଳବତୀ ହେବା ନିଶ୍ଚିତ ବୋଲି ଧରା ଯିବ। ମହାବୀରର ମୃତ୍ୟୁ କୁ ଏକ ଦୁର୍ଘଟଣା ବୋଲି ଧରାଯାଇ ପୁଣି ଯୋଜନା କାର୍ଯାରମ୍ଭ ହେବା। ଏଣୁ ଗର୍ଭବତୀ ବାଘୁଣୀ ହିଁ ଶାତକୋଶିଆ ବ୍ୟଷଘ୍ର ପ୍ରକଳଳ୍ପ ପାଇଁ ଏକମାତ୍ର ଆଶା ସଂଚାର କରିଥିବା କୁହାଯାଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories