www.samajalive.in
Monday, December 8, 2025
27.1 C
Bhubaneswar

ସର୍ଗିମୁଣ୍ଡା ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କଲେ ଓଡିଶା ଖାଦ୍ୟ ଅଧିକାର ଅଭିଯାନର ତିନିଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର .- ନୂଆପଡାରେ ଜୁଲାଇ ମାସରେ ଜଣେ ୧୭ ବର୍ଷିୟ ଦିବ୍ୟାଙ୍ଗଙ୍କର ଅନାହାର ଜନିତ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଶାସନିକ ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି । ଏହାପରେ ଓଡିଶା ଖାଦ୍ୟ ଅଧିକାର ଅଭିଯାନର ଏକ ତିନିଜଣିଆ ପ୍ରତିନିଧି ଦଳ ସ୍ୱାଧୀନ ଭାବେ ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରିଥିଲେ । ପ୍ରତିନିଧି ଦଳରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର, ଓଡିଶା ଖାଦ୍ୟ ଅଧିକାର ଅଭିଯାନର ସଦସ୍ୟ ସମୀତ ପଣ୍ଡା , ଖରିଆରର ସାମ୍ବାଦିକ ଅଜିତ୍‌ ପଣ୍ଡା ସାମିଲ ଥିଲେ ।

ଅନୁସନ୍ଧାନ କରୁଥିବା ସଦସ୍ୟମାନେ ଜୁଲାଇ ୧୩ ତାରିଖରେ ନୂଆପଡା ଜିଲ୍ଲା ବୋଡେନ୍‌ ବ୍ଲକର ସର୍ଗିମୁଣ୍ଡା ଗ୍ରାମକୁ ଯ।ଇଥିଲେ । ସେମାନେ ଦିବ୍ୟାଙ୍ଗଙ୍କର ଭଉଣୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ମୃତ୍ୟୁ ପୂର୍ବ ଓ ମୃତ୍ୟୁ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ମୃତକ ଗୌତମ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ନଥିଲେ । ସେ ସରକାରଙ୍କ ଖାଦ୍ୟ ସୁରକ୍ଷା ପାଇଁ ଥିବା ବିଭିନ୍ନ ଯୋଜନାର ଲାଭ ପାଉ ନଥିବା ତାଙ୍କ ଭଉଣୀ ଓଡିଶା ଖାଦ୍ୟ ଅଧିକାର ଅଭିଯାନର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି । ଗୌତମଙ୍କୁ ଅନ୍ତୋଦୟ କାର୍ଡ ପ୍ରଦାନ କରାଯାଇ ନଥିଲା । ମାତ୍ର ମୃତ୍ୟୁ ପରେ ତରବରିଆ ଭାବେ ତାଙ୍କ ଭଉଣୀଙ୍କୁ ଅନ୍ତୋଦୟ କାର୍ଡ ପ୍ରଦାନ କରାଯାଇଥିବା ଓଡିଶା ଖାଦ୍ୟ ଅଧିକାର ଅଭିଯାନର ସଦସ୍ୟମାନେ ସୂଚନା ଦେଇଛନ୍ତି। ମୃତ୍ୟୁ ପୂର୍ବରୁ ୫ ଦିନ କାଳ ସେ ଖାଦ୍ୟ ପାଇ ନଥିବା ଓଡିଶା ଖାଦ୍ୟ ଅଧିକାର ଅଭିଯାନର ସଦସ୍ୟମାନେ ତାଙ୍କ ଅନୁସନ୍ଧାନ ରିପୋର୍ଟରେ ଦର୍ଶାଇଛନ୍ତି । ଗୌତମଙ୍କୁ ପୂର୍ବରୁ ଏହି ସରକାରୀ ଯୋଜନାର ଲାଭ ମିଳିଥିଲେ ହୁଏତ ସେ ଜୀବିତ ରହିଥାଆନ୍ତେ ବୋଲି ଅନୁସନ୍ଧାନକାରୀ ସଦସ୍ୟମାନେ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଅନାହାରରେ ରହୁଥିବା ଲୋକଙ୍କୁ ଅଙ୍ଗନବାଡି ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଗଲେ ଅନେକ ଲୋକ ଉପକୃତ ହୋଇ ପାରିବେ ବୋଲି ଓଡିଶା ଖାଦ୍ୟ ଅଧିକାର ଅଭିଯାନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସରାକାର ତୁରନ୍ତ ଏହାକୁ ଲାଗୁ କଲେ ଅନେକ ଲୋକ ଏହି ଯୋଜନାରେ ଫାଇଦା ପାଇ ପାରିବେ ବୋଲି ଓଡିଶା ଖାଦ୍ୟ ଅଧିକାର ଅଭିଯାନର ସଦସ୍ୟମାନେ ସୂଚନା ଦେଇଛନ୍ତି ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories