www.samajalive.in
Sunday, December 7, 2025
14.1 C
Bhubaneswar

ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦଘାଟିତ

ବଳରାମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସରଯୁ କେନାଲ ଜାତୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି । ୯୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଘାଘରା, ସରଯୁ, ରାପ୍ତି, ବାଣଗଙ୍ଗା ଏବଂ ରୋହିଣି ଆଦି ପାଞ୍ଚଟି ନଦୀକୁ ସଂଯୁକ୍ତ କରାଯାଇଛି । ଏହା ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ୧୪ ଲକ୍ଷ ହେକ୍ଟର ଜମିକୁ ନିଶ୍ଚିତ ଜଳସେଚନ ସୁବିଧା ଯୋଗାଇଦେବ । ଏହାଦ୍ୱାରା ୬୨୦୦ଟି ଗ୍ରାମର ପ୍ରାୟ ୨୯ ଲକ୍ଷରୁ ଅଧିକ କୃଷକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରକଳ୍ପର ମଡେଲକୁ ନିରୀକ୍ଷଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଚଳିତ ମାସ ୮ ତାରିଖରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ପରଲୋକ ଗମନ କରିଥିବା ସିଡିଏସ ବିପିନ ରାୱତ ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ଭଳି ଜଣେ ସଚ୍ଚା ଦେଶପ୍ରେମୀ ଓ ବୀରଙ୍କୁ ହରାଇ ଦେଶ ଗଭୀର ମର୍ମାହତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଭଳି ଗଭୀର ଦୁଃଖଦ ସମୟରେ ମଧ୍ୟ ଆମେ ନଅଟକି ଆମର ବିକାଶ ଧାରା ଆଗକୁ ବଢାଇବାକୁ ପଡିବ । ସମସ୍ତ ଦେଶବାସୀ ସମ୍ମିଳିତ ପ୍ରୟାସ କରି ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରି ଦେଶକୁ ପ୍ରଗତି ପଥରେ ଆଗେଇନେବେ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରଯୁ କେନାଲ ପ୍ରକଳ୍ପ କାର୍ଯ୍ୟ ୧୯୭୮ରେ ଆରମ୍ଭ ହୋଇଥିଲା । କିନ୍ତୁ ତାହା ଶେଷ ହୋଇପାରୁନଥିଲା । ଫଳରେ ଏହାର ଖର୍ଚ୍ଚ ବଢିଚାଲିଲା ଏବଂ ତାହାସହିତ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ମଧ୍ୟ ବଢିଚାଲିଥିଲା । ୪୦ ବର୍ଷ ଧରି ଗୋଟିଏ ପ୍ରକଳ୍ପ ଶେଷ ହୋଇପାରିନଥିବାବେଳେ ତାହା ମାତ୍ର ଚାରିବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିଛି । ଏହା ବର୍ତ୍ତମାନର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଆନ୍ତରିକତା କାରଣରୁ ହୋଇପାରିଛି । ତେବେ କିଛି ଲୋକ ଖାଲିଟାରେ ସାବାସି ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଖିଳେଶଙ୍କୁ ଲକ୍ଷ୍ୟକରି ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ସରକାର କୃଷକମାନଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । କୃଷକଙ୍କ ଉଦ୍ୟମରେ ଭାରତ ଦୁଗ୍ଧ ଉତ୍ପାଦନରେ ଆଗରେ ରହିଥିବା ଏବଂ ମହୁ ରପ୍ତାନି କ୍ଷେତ୍ରରେ ମଧ୍ୟ ନିଜର ସ୍ଥାନ ସୁଦୃଢ କରିପାରିଥିବା ସେ କହିଥିଲେ । ଏହି ଅବସରରେ କୃଷକମାନେ ଚଳିତ ମାସ ୧୬ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ପ୍ରାକୃତିକ କୃଷି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ କୃଷକଙ୍କୁ ଆମନ୍ତ୍ରଣ କରିଥିଲେ । ସେ କହିଥିଲେ ଯେ ମହାରାଷ୍ଟ୍ରର ପଦ୍ମ ପୁରସ୍କାରପ୍ରାପ୍ତ ସୁବାସ ଏହି ପ୍ରାକୃତିକ କୃଷି ପଦ୍ଧତି ଆବିଷ୍କାର କରିଛନ୍ତି । ଯେଉଁଥିରେ ଶୂନ୍ୟ ବଜେଟରେ ପ୍ରାକୃତିକ ପଦ୍ଧତିରେ କୃଷି କାର୍ଯ୍ୟ କରାଯାଇ ପୂର୍ବାପେକ୍ଷା ଅଧିକ ଅମଳ କରାଯାଇପାରିବ । ତାହାସହିତ ମୃତ୍ତିକାର ଗୁଣବତ୍ତା ଓ ଉର୍ବରତା ତଥା ଜଳ ସଞ୍ଚୟ କରାଯାଇପାରିବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories