ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ବାର୍ଷିକ ବୈଠକ

ତିଗିରିଆ : ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ତିଗିରିଆ ରାଜ୍ୟ ବାର୍ଷିକ ବୈଠକ ଗୋଡିଝରିଆସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି  ବୈଠକରେ ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ରମେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ।  ଗୋଡିଝରିଆ ତୈଳିକ ସାହିର ବେହେରା ଭଗବାନ ସାହୁଙ୍କ ତତ୍ୱାବଧାନରେ ସାହିଭାଇଙ୍କ ସହଯୋଗରେ ସମସ୍ତ ଆୟୋଜନ କରାଯାଇଥିଲା। ସଭାରେ ବାର୍ଷିକ ବିବରଣୀ ପାଠ କରାଯିବା ସହ ତୈଳିକ ସମାଜର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଏଵଂ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା।  ଗୋଡିଝରିଆ ତୈଳିକ ସାହିର ପ୍ରତାପସାହୁ, ଗଦାଧର ସାହୁ, ବିଚିତ୍ର ସାହୁ,ସନ୍ତୋଷ ସାହୁ, ବାପିନ ସାହୁ,ବିଦ୍ୟାଧର ସାହୁ ,ବିପିନ ସାହୁ, କୂଳମଣି ସାହୁ ଆଦି ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ତିଗିରିଆ ରାଜ୍ୟ କମିଟି ସଭ୍ୟ କୈଳାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.