www.samajalive.in
Friday, December 5, 2025
23.1 C
Bhubaneswar

ପରିଣତ ବୟସରେ ବି କ୍ୟାମେରା ସଂଗ୍ରହ କରୁଛନ୍ତି

ମହାରାଷ୍ଟ୍ର: ଏହେଉଛନ୍ତି ମହାରାଷ୍ଟ୍ର କୋଲ୍ହାପୁରର ସଂଜୀବ ମଧୁସୂଦନ ଦେଓରକର । ୭୪ବର୍ଷ ବୟସରେ ବି ଏପର୍ଯ୍ୟନ୍ତ ତାଙ୍କର ରହିଛି କ୍ୟାମେରା ସଂଗ୍ରହ ନିଶା । ପେଶାରେ ସେ ଜଣେ ଫଟୋ ଗ୍ରାଫର ହୋଇଥିବାରୁ ତାଙ୍କର ନିଶା କ୍ୟାମେରା ସଂଗ୍ରହ କରିବା । ଏପର‌୍ୟ୍ୟନ୍ତ ସେ ଦେଶ ବିଦେଶର ୧୨୦୦ ରୁ ଅଧିକ କ୍ୟାମେରା ସଂଗ୍ରହ କରିଛନ୍ତି ।
ଭାରତ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ଅବସରରେ କଲା ଏକାଡେମୀ ଠାରେ ଲାଗିଛି ତାଙ୍କ ପ୍ରଦର୍ଶନୀ । ତାଙ୍କ ସଂଗ୍ରହରେ ଅନେକ ପୁରୁଣା କ୍ୟାମେରା ରହିଛି । ଫଟୋ ଗ୍ରାଫି କରିବା ସମୟରୁ କ୍ୟାମେରା ସଂଗ୍ରହ ଆରମ୍ଭ କରିଥିଲେ ସେ । ୧୮୧୭ ରୁ ୧୯୧୭ ପର୍ଯ୍ୟନ୍ତ ବହୁ ପୁରୁଣା କ୍ୟାମେରା ସଂଗ୍ରହ କରି ରଖିଛନ୍ତି । ଆଗକୁ ଏହି ଅଭିଯାନ ଜାରି ରଖିବେ ଏବଂ ଏଥିରେ ତାଙ୍କ ପତ୍ନୀ ଓ ପୁଅ ଝିଅ ସାହାଯ୍ୟ କରୁଥିବା କହିଛନ୍ତି ମଧୁସୂଦନ ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories