www.samajalive.in
Friday, December 12, 2025
19.1 C
Bhubaneswar

ସମ୍ପିଆ ମନୋଜ ହତ୍ୟାକାଣ୍ତ, ଉଭୟ ପକ୍ଷର ୪ ଅଟକ

ପଦ୍ମପୁର : ପଦ୍ମପୁର ଥାନା ଅଧିନସ୍ଥ ସମ୍ପିଆ ଗ୍ରାମରେ ସଂଗଠିତ ହତ୍ୟାକାଣ୍ତରେ ଉଭୟ ପକ୍ଷର ୪ ଜଣଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁସା​‌ରେ ଏହି ଘଟଣାରେ  ମନୋଜ ବେହେରା ନାମକ ଏକ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ ଜଣ କୃଷ୍ଣ ବେହେରା,ଗୌତମ ବେହେରା ଓ ଭୀମ ବେହେରା ଗୁରୁତର ହୋଇ ବୁର୍ଲା ଠାରେ ଚିକିତ୍ସିତ ହେଉଛନ୍ତି ।
କଂସର ଠାରେ ଥିବା ଜମି ପାଇଁ ଉଭୟ ପକ୍ଷର ଗଣ୍ତଗୋଳ ହୋଇ ପରେ ଭୟଂକର ରୂପ ନେଇ ହତ୍ୟାକାଣ୍ତ ହୋଇଛି । ପଦ୍ମପୁର ଥାନା କେଶ ନଂ ୨୨୬/୨୦ରେ କ୍ଷୀରୋଦ୍ର ବେହେରା ଅଭିଯୋଗ ଆଧାରରେ ଧାରା୧୪୭,୧୪୮,୩୦୭,୩୦୨, ୩୨୩, ୩୨୫, ୩୨୬,୧୪୮ରେ ମାମଲା ରୁଜ୍ଜୁ କରି ପ୍ରଫୁଲ୍ଲ ବେହେରା,ରାଜେଶ ବେହେରାକୁ ପୋଲିସ ଅଟକ ରଖିଥିବା ବେଳେ ଥାନା କେଶ ନଂ ୨୨୭ରେ ପ୍ରଫୁଲ୍ଲ ବେହେରାଙ୍କ ଅଭିଯୋଗ କ୍ରମେ ଧାରା ୧୪୭,୧୪୮,୩୦୭, ୩୨୩,୩୨୫,୧୪୯ ରେ ମାମଲା ରୁଜ୍ଜୁ କରି ଦିଲ୍ଲୀପ ବେହେରା,କ୍ଷୀରୋଦ୍ର ବେହେରାକୁ ଅଟକ ରଖି ତଦନ୍ତ କରୁଛନ୍ତି । ରବିବାର ପୋଲିସ ଅଧୀକ୍ଷକ ପଦ୍ମିନୀ ସାହୁ, ଉପ ଖଣ୍ତ ପୋଲିସ ଅଧିକାରୀ ପ୍ରଦୀପ ସାହୁ, ଥାନା ଅଧିକାରୀ ମାନସ ରଂଜନ ପ୍ରଧାନ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories