www.samajalive.in
Saturday, December 6, 2025
16.1 C
Bhubaneswar

ନବରଙ୍ଗପୁରର ସମୀର ଜିତିଲେ ସ୍ଵର୍ଣ୍ଣ, ଗୌସିକ ଫିଟନେସ ପାର୍କର ପୁଣି ଏକ ସଫଳତା

ନବରଙ୍ଗପୁର: ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଟିଏ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଜିତି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ନବରଙ୍ଗପୁରର ସମୀର ପାତ୍ର। ପ୍ରତିବର୍ଷ ଭଳି ପଦକ ହାତେଇବାରେ ସଫଳ ହେଇଛି ଗୌସିକ ଫିଟନେସ ପାର୍କ। ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ଆୟୋଜିତ ହେଇଥିବା ଅବିଭକ୍ତ କୋରାପୁଟ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୫ କିଲୋ ବର୍ଗରେ ଭାଗ ନେଇଥିଲେ ୮ ଜଣ ଖେଳାଳି। ସମସ୍ତଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଏବଂ ଚାମ୍ପିୟନ୍‌ ଅଫ୍‌ ଦି ଚାମ୍ପିୟନ୍‌ ବର୍ଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ସମୀର ପାତ୍ର।

ସମୀର ଜିଲା ଯୋଗାଣ ବିଭାଗରେ କାର୍ଯ୍ୟରତ। ଏହି ପ୍ରତିଯୋଗିତା ପାଇଁ ସେ ଦୀର୍ଘ ୬ ମାସ ଗୌସିକ ଫିଟନେସ ପାର୍କର ମୁଖ୍ୟ ରୋମିଓ ପାତ୍ରଙ୍କ ପାଖରେ ଅଭ୍ୟାସ କରୁଥିଲେ। ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସମୀର। ଏହି ପ୍ରତିଯୋଗିତାର ନବରଙ୍ଗପୁରର ଟିମ ମ୍ୟାନେଜର ଥିଲେ କାଳି କୀଙ୍କର ପଟ୍ଟନାୟକ ଏବଂ ସମୀରଙ୍କୁ ସହଯୋଗ କରିଥିଲେ ସୋନୁ ମହାପାତ୍ର, ହେମାନନ୍ଦ ବିସୋଇ, ଜିଲୁ ତ୍ରିପାଠୀ, ମାତା ସୋନୁ। ଗୌସିକ ଫିଟନେସ ପାର୍କର ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମୀର ପାତ୍ର ଏବଂ ରୋମିଓ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories