ସମ୍ବଲପୁର : ସମ୍ବଲପୁରର ପାହାଡରେ ଅବସ୍ଥିତ ଡିଅର ପାର୍କ ନିକଟସ୍ଥ ଜଙ୍ଗଲରେ ଅଚାନକ ଶୁକ୍ରବାର ପୂର୍ବାହ୍ନରେ ନିଆଁ ଲାଗି ଯାଇଥିଲା। ଡିଅରପାର୍କ ନିକଟରେ ଥିବା ଆରସିସିଏଫ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜଙ୍ଗଲରେ ନିଆଁ ଲାଗିବା ପରେ ତୁରନ୍ତ ଏହା ବ୍ୟାପି ଯାଇଥିଲା। ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସହିତ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଆୟତ୍ତ କରିଥିଲେ। ତେବେ ଏହି ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପୁର୍ବରୁ ମଧ୍ୟ ଗ୍ରୀଷ୍ମ ସମୟରେ ଏହି ଅଞ୍ଚଳ ସମେତ ସର୍କିଟ ହାଉସ ପାହାଡ, ବୁଢ଼ାରଜା ପାହାଡ, ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ ଆଦିରେ ନିଆଁ ଲାଗିବାର ନଜର ରହିଛି।
Popular Categories



