www.samajalive.in
Monday, December 8, 2025
14.1 C
Bhubaneswar

ଦାବି ପୂରଣ ପାଇଁ ଜିଲାସ୍ତରୀୟ ମିଳିତ ଅମଲାମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ସମ୍ବଲପୁର : ଜିଲାସ୍ତରୀୟ ମିଳିତ ଅମଲାମଞ୍ଚ ସମ୍ବଲପୁର ଶାଖା ତରଫରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇ ଅନେକ ଦିନରୁ ରହି ଆସିଥିବା ଦାବି ଗୁଡିକୁ ପୁରଣ କରିବା ପାଇଁ ଅନୁରୋଧ କରାଯାଇଛି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ରାଜ୍ୟ ସରକାର ୨୦୧୭ ମସିହାରେ ଗେଜେଟ ରିଜୋଲ୍ୟୁସନ ୨୭୩୬୭ ଜରିଆରେ ଜିଲା ଅମଲା ଚାକିରୀରେ ପ୍ରବେଶ ନିମନ୍ତେ ସର୍ବନିମ୍ନ ସ୍ନାତକୋତ୍ତର ସହିତ କମ୍ପ୍ୟୁଟର ଶିକ୍ଷାକୁ ଅର୍ନିବାର୍ଯ୍ୟ କରିଛନ୍ତି। ଏହା କାର୍ଯ୍ୟକାରୀ ହେବା ପରେ ଅମଲମଞ୍ଚ ପକ୍ଷରୁ ରାଜ୍ୟ ସରକାର ଓ ବିଭିନ୍ନ ଅଧିକାରୀ ମାନଙ୍କୁ ସେହି ଅନୁପାତରେ ଦରମା ବୃଦ୍ଧି ପାଇଁ ଦାବି କରାଯାଇ ଆସୁଛି। ସଂଘର ଦାବି ଅନୁଯାୟୀ ଦରମା ସ୍କେଲ କୁ ବୃଦ୍ଧି କରାଯାଇ ୯୩୦୦ ରୁ ୩୪୮୦୦ ଲାଗୁ କରାଯାଉ। କିନ୍ତୁ ବାରମ୍ବାର ଦାବି ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଣୁ ଆଗାମୀ ୩୦ ଏପ୍ରିଲ ପର୍ଯ୍ୟନ୍ତ ଯଦି ଦାବି ପୂରଣ ନ ହୁଏ, ତାହା ହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ତା ଗ୍ରହଣ କରିବାକୁ ଅମଲାମଞ୍ଚ ବାଧ୍ୟ ହେବ ବୋଲି ଦାବିପତ୍ରରେ ସୂଚାଇ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ସମ୍ବଲପୁର ସଭାପତି ମାନସ ରଞ୍ଜନ ମହାନ୍ତି, ପ୍ରହଲ୍ଲାଦ ରୋହିଦାସ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories