www.samajalive.in
Wednesday, December 10, 2025
26.1 C
Bhubaneswar

ପାରିବାରିକ ବିବାଦର କରୁଣ ପରିଣତି ; ସ୍ୱାମୀର ପଥର ମାଡରେ ସ୍ତ୍ରୀର ମୃତ୍ୟୁ

ସମ୍ବଲପୁର : ପାରିବାରିକ ବିବାଦର ଏକ କରୁଣ ପରିଣତି ସମ୍ବଲପୁର ଠାରେ ଶୁକ୍ରବାର ଦେଖିବାକୁ ମିଳିଛି। ସମ୍ବଲପୁରର ବେହେରାମୁଣ୍ଡା ଠାରେ ପାରିବାରିକ ବିବାଦ ଯୋଗୁଁ ସ୍ୱାମୀଙ୍କ ପଥର ମାଡରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ, ସମ୍ବଲପୁରର ବେହେରାମୁଣ୍ଡା ନିବାସୀ ଜୟମତି ରଣା (୨୭) ନାମକ ଜଣେ ମହିଳା ସୁନ୍ଦରଗଡ ଜିଲା ଧରୁଆଡିହି ନିବାସୀ ପିଣ୍ଟୁ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେମାନଙ୍କର ୨ଟି ଝିଅ ମଧ୍ୟ ରହିଛନ୍ତି। କିନ୍ତୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ବିବାଦ ଲାଗି ରହୁଥିବାରୁ କିଛି ଦିନ ତଳେ ଜୟମତି ବେହେରାମୁଣ୍ଡା ସ୍ଥିତ ନିଜ ବାପ ଘରକୁ ଆସି ରହୁଥିଲେ। ତେବେ ଘରୋଇ କଳିକୁ କେନ୍ଦ୍ର କରି ଗୁରୁବାର ବିଳମ୍ବିତ ରାତ୍ରିରେ ପିଣ୍ଟୁ ମୁଣ୍ଡା ତାଙ୍କର ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ଏବଂ ତାଙ୍କର ସ୍ତ୍ରୀ ଜୟମତି ଶୋଇଥିବା ସମୟରେ ଏକ ପଥର ତାଙ୍କର ମୁଣ୍ଡରେ ଛେଚି ମାରିଥିଲେ। ଫଳରେ ତୀବ୍ର କଷ୍ଟରେ ଚିତ୍କାର କରିବାରୁ ଅଭିଯୁକ୍ତ ସ୍ୱାମୀ ପିଣ୍ଟୁ ମୁଣ୍ଡା ଘଟଣାସ୍ଥଳରୁ ଫେରାର ମାରିଥିଲେ। ଅପରପକ୍ଷରେ ଏହି ଘଟଣା ପରେ ତୁରନ୍ତ ପରିବାର ଲୋକେ ଗୁରୁତର ଆହତ ଜୟମତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ।
ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ କ୍ଷେତରାଜପୁର ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କ ଶବକୁ ଜବତ କରିବା ସହିତ ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସର୍ମ୍ପକରେ ମୃତ ମହିଳାଙ୍କ ଭାଇ କ୍ଷେତରାଜପୁର ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଚେଷ୍ଟା କରୁଛି ବୋଲି ଥାନାଧିକାରିଣୀ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତରିତ କରାଯାଇଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସର ସ୍ୱତନ୍ତ୍ର ଦଳ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ଏବଂ ଖୁବ ଶିଘ୍ର ଅଭିଯୁକ୍ତ ଧରା ପଡିବ ବୋଲି ଥାନାଧିକାରିଣୀ କହିଛନ୍ତି। ଅପରପକ୍ଷରେ ପାରିବାରିକ ବିବାଦ ଯୋଗୁଁ ୨ କୋମଳମତି ଶିଶୁ କନ୍ୟା ଅନାଥ ହୋଇଯାଇଥିବା ବେଳେ ଏକ ପରିବାର ଭାଙ୍ଗି ଯାଇଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories