www.samajalive.in
Tuesday, December 9, 2025
16.1 C
Bhubaneswar

ଦୋକାନରେ ପଶି ମା ଓ ଝିଅଙ୍କୁ ହାଣିଲେ ପଡୋଶୀ

ସମ୍ବଲପୁର: ଜମି ବିବାଦକୁ ନେଇ ମା-ଝିଙ୍କୁ ଆକ୍ରମଣ କଲେ ପଡୋଶୀ। ଘଟଣା ଘଟିଛି ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ । ଏଠାରେ ରହୁଥିବା ଇନ୍ଦୁ ଓ ପାୟଲଙ୍କୁ ତାଙ୍କ ପଡୋଶୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିଲେଇ ଦୋକାନ କରି ପରିବାର ଚଳାନ୍ତି ମା ଓ ଝିଅ। ଅଭାବ ଭିତରେ ଚଳିବା ପରେ ମଧ୍ୟ ଇନ୍ଦୁଙ୍କ ପରିବାର ଦାନୀପାଲିରେ ଜମି କିଛି ଧାରଉଧାର କରି ଘର ତିଆରି କରିଥିଲେ। ତେବେ ପଡୋଶୀ ସହ ଜମି ବିବାଦକୁ ନେଇ ସବୁବେଳେ ଯୁକ୍ତିତର୍କ ଲାଗି ରହୁଥିଲା। ବହୁବାର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories