www.samajalive.in
Monday, December 8, 2025
13.1 C
Bhubaneswar

ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ

ସମ୍ବଲପୁର  : କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କରି କୃଷକ ସଂଗଠନର ଆନ୍ଦୋଳନ ଏବେବି ଦିଲ୍ଲୀରେ ଜାରି ରହିଥିବା ବେଳେ ଦାବି ପୁରଣ ପାଇଁ ଆଜି ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ନିଜ ଅଧିକାର ପାଇଁ ଲଢେଇ କରୁଥିବା ଚାଷୀ ସଂଗଠନ ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବା ବେଳେ ଭାରତ ବନ୍ଦ ମାଧ୍ୟମରେ ପୁଣି ଥରେ କେନ୍ଦ୍ର ସରକାର ଙ୍କ ଉପରେ ଚାପ ସୄଷ୍ଠି କରିବା ପାଇଁ ପ୍ରୟାସ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହି ଭାରତ ବନ୍ଦ ଡାକରା କୁ ବିଭିନ୍ନ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ତେବେ ସମ୍ବଲପୁର ଠାରେ ମଧ୍ୟ ବିଭିନ୍ନ ଶ୍ରମିକ କେନ୍ଦ୍ରିୟ ଶ୍ରମିକ ସଂଗଠନ ସମେତ ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ମଧ୍ୟ କୄଷକ ମାନଙ୍କ ଦାବି କୁ ସମର୍ଥନ କରିଥିଲେ ।ସମ୍ବଲପୁର ସହର ରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଲିଥିଲା । ସହରରେ କେତେକାଂଶରେ ଦୋକାନ ବଜାର ବନ୍ଦ ଥିବା ବେଳେ ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ରହିଥିଲା । ତେବେ ଚାଷୀ ସଂଗଠନ ର ଭାରତ ବନ୍ଦ କୁ ସମର୍ଥନ କରି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅଶ୍ୱିନୀ ଗୁରୁ ଙ୍କ ନୈତୄତ୍ତରେ ଜିଲ୍ଲା କଂଗ୍ରେସ ର ସଭ୍ୟ ମାନେ ଚାଷୀ ଙ୍କ ଦାବି କୁ ସମର୍ଥନ ଜଣାଇଥିଲେ । ସେହିପରି ସମ୍ବଲପୁର ଜିଲ୍ଲା କୄଷକ ସୁରକ୍ଷା ସଂଗଠନର ସଭ୍ୟ ମାନେ ସମ୍ବଲପୁର – ବରଗଡ ଜାତୀୟ ରାଜପଥର ବରେଇପାଲି ଆରଏମସି ନିକଟରେ ସକାଳ ୧୦ ଟାରୁ ଦିନ ୧ ଯାଏ ତିନିଘଣ୍ଟା ଧରି ରାଜପଥ ଅବରୋଧ ଆନ୍ଦୋଳନ କରିଥିଲେ । ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରିୟ ଶ୍ରମିକ ସଂଗଠନ ର ମିଲିତ ମଞ୍ଚ ପକ୍ଷରୁ ଚାଷୀ ଙ୍କ ଦାବି ସପକ୍ଷରେ ଆରଡିସି ଙ୍କ କାର୍ଯ୍ୟାଳୟ  ବାହାରେ ଧାରଣା ଦେବା ସହ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସମ୍ବଲପୁର ରେ ବନ୍ଦ ପାଲନ ପରିପ୍ରେକ୍ଷୀରେ କଚେରୀ ଛକଠାରେ ବିଭିନ୍ନ ଶ୍ରମିକ ସଂଗଠନ , ଆଇନଜୀବୀ ତଥା କଂଗ୍ରେସ କାର୍ଯ୍ୟକତ୍ତା ମାନେ ଧାରଣା ଦେବା ଯୋଗୁ ମାନ୍ୟବର ବିଚାରପତି ମାନେ କୋଟ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ । ସମ୍ବଲପୁର ସହର ରେ ବନ୍ଦ ଯୋଗୁ ଜାତୀୟ ରାଜପଥରେ ବସ ଓ ଭାରି ଯାନ ଚଳାଚଳ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories