www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ୱୟମ ଅନଲାଇନ ପୋର୍ଟାଲରୁ ଓଡ଼ିଆ ଶିକ୍ଷା ବାଦ୍ କେନ୍ଦ୍ରର ବୈମାତୃକ ମନୋଭାବର ଅନ୍ୟ ଏକ ନମୂନା

ଭୁବନେଶ୍ୱର: କେନ୍ଦ୍ର ସରକାର ସବୁବେଳେ ଓଡ଼ିଶା, ଓଡ଼ିଆ ଭାଷା, ସଂସ୍କୃତିକୁ ସବୁବେଳେ ଅଣଦେଖା କରି ଆସିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଛଶଳିତ ଏବଂ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଡ଼ିପି) ଦ୍ୱାରା ନିୟନ୍ତ୍ରିତ ବୃହତ୍ ଅନଲାଇନ ପାଠ ‘ସ୍ୱୟମ’ରୁ ଓଡ଼ିଆ ଭାଷାକୁ ବାଦ୍ ଦିଆଯିବା। ଏଠାରେ ଉଲ୍ଲେଖଥାଉକି, ସ୍ୱୟମ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏକ ସର୍ବବୃହତ୍ କାର୍ଯର୍୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ, ସମାଜ ବିଜ୍ଞାନ, ଆଇନ, ଦର୍ଶନ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ସମେତ ବିଭିନ୍ନ ବୃତ୍ତିଗତ ଶିକ୍ଷା ଆଞ୍ଚଳିକ ଭାଷାରେ ପ୍ରଦାନ କରାଯାଇଥାଏ। ଦୁଃଖର କଥା ଚଳିତବର୍ଷ ଏହି ପ୍ଲାଟଫର୍ମରୁ ଓଡ଼ିଆ ଭାଷାକୁ ବାଦ୍ ଦିଆଯାଇଛି। ଯଦିଓ ଗୁଜୁରାଟୀ, ମରାଠୀ, ବେଙ୍ଗଲୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲାମ ଭଳି ଆଞ୍ଚଳିକ ଭାଷାରେ ଏହି ପ୍ଲାଟଫର୍ମରେ ଶିକ୍ଷାଦାନ ଚାଲୁ ରହିଛି ତଥାପି ଓଡ଼ିଆ ଭଳି ଏକ ଶାସ୍ତ୍ରୀୟ ଭାଷାକୁ ବାଦ୍ ଦେବାର ଉଦ୍ଦେଶ୍ୟ କଣ। ଏହା ଓଡ଼ିଆ ଭାଷା ପ୍ରତି ଶିକ୍ଷା ମନ୍ତ୍ରଣାଳୟର ବିଦ୍ୱେଷ ଓ ଭେଦଭାବ ନୀତିର ଅନ୍ୟ ଏକ ପରିଚାୟକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରଶ୍ନ କରିଛନ୍ତି।

 

- Advertisement -

ଆଜି ଶ୍ରୀ ବେହେରାଙ୍କ ପକ୍ଷରୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶକଙ୍କୁ ଲିଖିତ ଏକ ଚିଠିରେ ଦାବି କରାଯାଇଛି ଯେ, ପୁନଶ୍ଚ ଏହି ଅନଲାଇନ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ସାମିଲ କରାଯାଉ। ତା ନହେଲେ ଓଡ଼ିଶାର ହଜାର ହଜାର ଦଳିତ, ଆଦିବାସୀ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାରୁ ବଞ୍ôଚତ ହେବେ। ଏହା କେବଳ ଯେ, ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରତି ଅବହେଳା ଓ ବିଦ୍ୱେଷର କଥା ତା ନୁହେଁ, ଏହା ମଧ୍ୟ ଓଡ଼ିଶାର ସ୍ୱାଭିମାନର ଏକ ପ୍ରଶ୍ନ ବୋଲି ଶ୍ରୀ ବେହେରା ଏହି ଚିଠିରେ ଦର୍ଶାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପୁନଶ୍ଚ ଏଆଇସିଟିଇକୁ ଉଚିତ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାରେ ବୃତ୍ତିଗତ ଶିକ୍ଷା ଅବିଳମ୍ବେ ପ୍ରଦାନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହି ପତ୍ରର ଏକକିତା ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଚରାର୍ଥେ ପ୍ରଦାନ କରି ଓଡ଼ିଶାର ସ୍ୱାଭିମାନ ଏବଂ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଆ ଭାଷାରେ ପୁନଶ୍ଚ ବୃତ୍ତିଗତ ଶିକ୍ଷା ସ୍ୱୟମ୍ ଅନଲାଇନ ପ୍ଲାଟଫର୍ମରେ ବୃତ୍ତିଗତ ଶିକ୍ଷା ପ୍ରଦାନ କରିବା ପାଇଁ ଶ୍ରୀ ପଟ୍ଟନାୟକ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଓଡ଼ିଆ ଭାଷା ଓ ଓଡ଼ିଶାର ଗରିବ ଗ୍ରାମାଞ୍ଚଳର ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories