www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ମମତାଙ୍କ ପାଖକୁ ଫେରିଲେ ମୁକୁଲ। ବିଜେପି ଛାଡ଼ି ପୁଣି ଟିଏମ୍‌ସିକୁ ଫେରିଲେ ମୁକୁଲ ରାୟ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ କଲକତା ଟିଏମସି ଭବନ ଆସି ଦଳରେ ସାମିଲ ହେଲେ।

–ଆସନ୍ତକାଲି ଅତି ପ୍ରବଳ ବର୍ଷା ନେଇ ୬ଜିଲାକୁ ରେଡ ୱାର୍ଣ୍ଣିଂ। ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା।

- Advertisement -

–ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା। ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି।

–ଭୁବନେଶ୍ବରର ଏକ ଶାଢ଼ୀ ଶୋ ରୁମ୍‌ରେ ପୁଲିସର ଚଢ଼ାଉ। କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ, ଜରିମାନା ଆଦାୟ

–ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ। ୨ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ।

–ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ରକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁରୋଧ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ପାଇଁ ଦାବି

–ବରଗଡ ଜିଲା ପଦମପୁର ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସ – ମାଧବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; କ୍ୟାଡର ମାଓବାଦୀ ମୃତ; ବିପୁଳ ମାରଣାସ୍ତ୍ର ଜବତ – ଡିଜିପି

–ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୫୭ ଏବଂ ସ୍ଥାନୀୟ ସଂକ୍ରମିତ ୨୨୭୮ , ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୬ ଓ କଟକ ଜିଲାରୁ ୫୫୭ ରହିଛନ୍ତି

–ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ପରଲୋକ ଘଟିଛି। ପ୍ରଫେସର ରାଧାମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି

–ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟି ନିକଟସ୍ଥ ଟାଙ୍ଗରାପାକନା ଗ୍ରାମ ନିକଟସ୍ଥ ବୁଲାଣି ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା

–ଦେଶରେ୨୪ ଘଣ୍ଟାରେ ଆଉ ୯୧,୭୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୨,୭୪,୮୨୩କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୪୦୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୬୩,୦୭୯ରେ ପହଞ୍ଚିଛି
–ଦିନକରେ ଆଉ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୭୭,୯୦,୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

–ଆଫଗାନ-ପାକିସ୍ତାନ ସୀମାନ୍ତରେ ରହୁଛି ଅଲ୍‍ କାଏଦା ମୁଖ୍ୟ ; ଜୀବିତ ଅଛି ଐମନ୍‍ ଅଲ ଜୱାହାରି, ପଦାକୁ ବାହାରୁ ନାହିଁ

–ପାକିସ୍ତାନରେ ତିନି ହଜାର ବର୍ଷ ପୁରାତନ ମନ୍ଦିର ସ୍ଥଳରେ ଚାଲିଛି ବେଆଇନ ନିର୍ମାଣ ; ହିନ୍ଦୁ ସମୁଦାୟ ମଧ୍ୟରେ ଉତ୍ତେଜନା

–କାରାଗାରରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ ପାଇଁ ବାଧ୍ୟ କରାଯାଉଛି ; ଅଦାଲତଙ୍କୁ ଜଣାଇଲେ ଆଇଏସଆଇଏସ୍‍ ଆତଙ୍କି

–ଆମେରିକା ଗଠନ କରୁଛି ଷ୍ଟ୍ରାଇକ ଫୋର୍ସ ; ଚୀନର ଅସାଧୁ ବ୍ୟବସାୟିକ କାର୍ୟ୍ୟକଳାପକୁ ପ୍ରତିହତ କରିବ

–ଏବେ ବି ରହିଛି ଟାଇପ ରାଇଟର ମରାମତି ଦୋକାନ ; ଅପେକ୍ଷା କରୁଛି ଗ୍ରାହକଙ୍କୁ

–ଏଟିଏମ୍‍ ଇଂଟରଚେଞ୍ଜ ଦେୟ ୧୭ ଟଙ୍କାକୁ ବଢିଲା

–ଚୋକ୍ଷି ଅନୁପ୍ରବେଶକାରୀ: ଡୋମିନିକା

–୨୭ ବର୍ଷ ତଳେ ନିତିଶଙ୍କ ସଭାରେ ଭାଷଣ ଦେଇଥିବା ୭ ବର୍ଷର ପିଲା ଏବେ ବିହାରର ପ୍ରଶାସନିକ ଅଧିକାରୀ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories