www.samajalive.in
Tuesday, December 9, 2025
16.1 C
Bhubaneswar

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ପିପିଲି : କରୋନା ମହାମାରୀର ଦ୍ୱିତୀୟ ଲହରକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳିଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ତାଲାବନ୍ଦ ଜାରିରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିବା ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଓ ଘରୋଇ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। ତେଣୁ କେନ୍ଦ୍ର ସରକାରଙ୍କ ଟିକସ ବାହାନାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧିର ପ୍ରତ୍ୟାହାର ଦାବିରେ ରାଜ୍ୟ କଂଗ୍ରେସର ଡାକରା କ୍ରମେ ପିପିଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଅଞ୍ଚଳର ବିଭିନ୍ନ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଶୁକ୍ରବାର ସାଙ୍କେତିକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବ୍ଲକ କଂଗ୍ରେସ କମିଟିର ସଭାପତି ଜିତୁ ପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ପିପିଲି ଉପ ନିର୍ବାଚନର ବିଧାୟକ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ଯୁବନେତା ମାନସ ଦାଶ, ଶୁଭେନ୍ଦୁ ମହାରଣା, ପଦ୍ମନାଭ ଖଟେଇ, ଶ୍ରୀନିବାସ ବାରିକ, ଗୁଣନିଧି ପ୍ରଧାନ, ରାମଚନ୍ଦ୍ର ସାହାଣୀ, କବିସୂର୍ଯ୍ୟ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଗରୀବ ମାରଣା ନିତିକୁ କଡା ସମାଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories