www.samajalive.in
Saturday, December 6, 2025
26.1 C
Bhubaneswar

ଇତିହାସ ଓ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକମାନେ ହେଉଛନ୍ତି ଦେଶର ଅମୂଲ୍ୟ ସମ୍ପଦ, ସେମାନଙ୍କର ଅଭିଜ୍ଞତା ଦେଶ ଓ ଜାତିର ପରବର୍ତ୍ତୀ ପିଢିମାନଙ୍କୁ ଦେଶର ସ୍ଥିତି, ପ୍ରଗତି, ଦୁର୍ଗତିରୁ ବହୁ ଭାଗରେ ରକ୍ଷା କରିପାରିବ। ବରିଷ୍ଠ ନାଗରିକମାନେ ସେମାନଙ୍କର ଜୀବନ କାଳରେ ଇତିହାସ ପଢି , ଶୁଣି ନାଗରିକମାନେ ଆମ ଦେଶକୁ କିପରି ବିଦେଶୀ ଶାସକମାନଙ୍କ କବଳରୁ ରକ୍ଷା କରି ପାରିବେ, ଏହି ମହାନ ଶିକ୍ଷାଲାଭ କରି ସମସ୍ତଙ୍କୁ ପ୍ରବର୍ତ୍ତାଇବେ, ଅନୁପ୍ରାଣିତ କରିବେ ଓ ଦେଶକୁ ପ୍ରଗତି ପଥରେ ଆଗେଇନେବେ ତାହା ହେଉଛି ଏ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ଇତିହାସ, ସାହିତ୍ୟ ଓ ଅନ୍ୟାନ୍ୟ ପୁସ୍ତକ ଓଡିଆ ଏବଂ ଅନ୍ୟାନ୍ୟ ଭାଷାରେ ପାଠକରି ବରିଷ୍ଠ ନାଗରିକମାନେ ସେମାନଙ୍କର ଜୀବନ ଅତିବାହିତ କରିଛନ୍ତି, କରନ୍ତି। ଇତିହାସ ଆମକୁ ଜଣାଏ ଭାରତ କିପରି ଏକମାତ୍ର ଦେଶ ହଜାର ହଜାର ବର୍ଷ ହେଲା ବିଦେଶୀ ଶାସକମାନଙ୍କ ଦ୍ବାରା ଶାସିତ, ଲୁଣ୍ଠିତ, ଅବହେଳିତ ଓ ପୀଡିତ ମଧ୍ୟ। ସେମାନଙ୍କ ମଧ୍ୟରେ ପଠାଣ, ମୁସଲମାନ, ମୋଗଲ, ଇଂରେଜମାନେ ଅନ୍ୟତମ ।
ଭାରତବର୍ଷ ପୂର୍ବେ ଏକ ବିରାଟ ଭୂଖଣ୍ଡ ଥିଲା। ଏହା ବର୍ତ୍ତମାନର ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ମିଆଁମାର, ଆଫଗାନିସ୍ତାନ, ଶ୍ରୀଲଙ୍କା ଅଞ୍ଚଳରେ ପରିବ୍ୟାପ୍ତ ଥିଲା। ଏହା ଶସ୍ୟଶ୍ୟାମଳା ଥିଲା। ଲୋକମାନଙ୍କର ଶିକ୍ଷା, ବ୍ୟବସାୟ, ଅର୍ଥନୈତିକ/ ପାରିବାରିକ ଅବସ୍ଥା, ସଂସ୍କୃତି ଅତି ଉଚ୍ଚକୋଟୀର ଥିଲା। ଖୀଷ୍ଟ ଜନ୍ମ ପୂର୍ବ ୩ୟ ଶତାବ୍ଦୀରେ ଆମ ଦେଶରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ ସେ ସମୟରେ ପୃଥିବୀରେ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହିସାବରେ ପରିଗଣିତ ହେଉଥିଲା। ଏହି ଦେଶର ବ୍ୟବସାୟୀମାନେ ଜଳପଥରେ ଗମନକରି ଏଠାକାର ବିଭିନ୍ନ କୃଷିଜାତ ଏବଂ ଅନ୍ୟାନ୍ୟ ପଦାର୍ଥ ନେଇ ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ, କୋରିଆ, ଭିଏତନାମ ପ୍ରଭୃତି ଦେଶକୁ ବେପାର ବାଣିଜ୍ୟ ପାଇଁ ଯାଉଥିଲେ। ବ୍ୟବସାୟ କରି ସୁନାରୁପା ଧନସମ୍ପତ୍ତି ଡଙ୍ଗାରେ ଭର୍ତ୍ତିକରି ଆଣୁଥିଲେ। ଭାରତ ସୁନାର ଭାରତ ବୋଲି ସାରାଜଗତରେ ଖ୍ୟାତି ଅର୍ଜନ କରିଥିଲା। ବୈଦେଶିକ ଶକ୍ତି କିପରି ଭାରତକୁ ଆକ୍ରମଣ କରିବେ ତାହା ଚିନ୍ତା କରୁଥିଲେ। ଏ ଦେଶରେ ଜୈନ, ବୌଦ୍ଧ ଧର୍ମର ଉତ୍ପତ୍ତି ହୋଇ ତାହା ସାରା ଜଗତକୁ ବ୍ୟାପୀ ଯାଇଥିଲା। ଏବେ ମଧ୍ୟ ଚୀନ, ଭିଏତ୍‌ନାମ, କୋରିଆ, ଥାଇଲାଣ୍ଡ ପ୍ରଭୃତି ନ୍ଦେଶରେ ବୌଦ୍ଧମାନଙ୍କର ସ୍ଥିତି ଭଲଭାବେ ପରିଲକ୍ଷିତ ହେଉଛି। ସେମାନଙ୍କର ପୂଜାସ୍ଥଳୀମାନ ଦେଖି ଆମେ ଗର୍ବ ଅନୁଭବ କରୁ।
ପରିତାପର ବିଷୟ ଭାରତ ଏତେ ଥର ଏତେ ସମୟ ପାଇଁ କାହିଁକି ବୈଦେଶିକ ଶକ୍ତିର କବଳିତ ଥିଲା ? ଏହା ଚିନ୍ତା ଓ ଅନୁଶୋଚନାର ବିଷୟ। ରାମାୟଣ ଯୁଗରେ ଲଙ୍କାର ରାଜା ଅତ୍ୟନ୍ତ ଦୁରାଚାରୀ ରାବଣ, ଶ୍ରୀରାମଙ୍କ ଦ୍ବାରା ଯୁଦ୍ଧରେ ପରାସ୍ତ ହୋଇଥିଲା ଓ ଲଙ୍କା ଧ୍ବଂସ ହୋଇଯାଇଥିଲା। ଶ୍ରୀରାମ ସର୍ବଶକ୍ତିମାନ ଥିଲେ ମଧ୍ୟ ରାବଣର ଭାଇ ବିଭୀଷଣ ତା’ର ପରାସ୍ତର ଏକ ମୁଖ୍ୟ ଆୟୁଧ ଥିଲା। ଭାଇ ଭାଇର ଶତ୍ରୁ, ମହାଭାରତରେ ମଧ୍ୟ ପାଣ୍ଡବ ଓ କୌରବମାନେ ଭାଇଭାଇ ହୋଇ ନିଜନିଜ ଭିତରେ ଯୁଦ୍ଧ ଲାଗିବା ଦ୍ବାରା କୁରୁବଂଶ ଧ୍ବଂସ ପାଇଯାଇଥିଲା। ଏଠାରେ ମଧ୍ୟ ଭାଇ ଭାଇର ଶତ୍ରୁ। ଗ୍ରୀକ ବୀର ଆଲେକଜାଣ୍ଡାର ରାଜା ପୁରୁଙ୍କୁ ପରାସ୍ତ କରି ଭାରତ ଦାଖଲ କରିଥିଲେ। ରାଜା ପୁରୁଙ୍କ ଭାଇ ବନ୍ଧୁ ରାଜାମାନେ ପୁରୁଙ୍କୁ ହଟାଇବା ପାଇଁ ଗ୍ରୀକ ବୀର ଆଲେକଜାଣ୍ଡାରଙ୍କୁ ଆମନ୍ତ୍ରଣ କରିଥିଲେ। ଭାରତ ଦଖଲକରି ସେ ମନ୍ତ୍ରୀ ସେଲୁକସଙ୍କୁ ଭାରତର ଶାସନ ଦାୟିତ୍ବ ଅର୍ପଣ କରି ଗ୍ରୀସ ଚାଲିଯାଇଥିଲେ ।
ନନ୍ଦ ବଂଶକୁ ଧ୍ବଂସ କରିବା ପାଇଁ ଚାଣକ୍ୟ ପ୍ରତିଜ୍ଞା କରିଥିଲେ, ଏଥିରେ ମଧ୍ୟ ଭ୍ରାତୃ ବିବାଦ। ତା’ପରେ ରାଜପୁତ ରାଜାମାନଙ୍କ ଭିତରେ ଶତ୍ରୁତା ସୃଷ୍ଟି ଯୋଗୁଁ ମୁସଲମାନ, ଚୀନମାନେ ଭାରତ ଆକ୍ରମଣ କରିଥିଲେ, ଜୟଚନ୍ଦ୍ର ଓ ପୃଥ୍ବୀରାଜଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଜୟଚନ୍ଦ୍ର ମୁସଲମାନ ରାଜାଙ୍କୁ ଡକାଇ ପୃଥ୍ବୀରାଜଙ୍କୁ ପରାସ୍ତ କରିଥିଲେ। ଏହାର କାରଣ ଭ୍ରାତୃ ବିବାଦ ଓ ତାହା ତୃତୀୟ ଶକ୍ତିକୁ ଡାକି କ୍ଷମତାସୀନ କରାଇଛି। ସେପରି ବିଭିନ୍ନ ପାନିପଥ ଯୁଦ୍ଧରେ ବୈଦେଶିକ ଶତ୍ରୁ ଭାରତକୁ ଅକ୍ତିଆର କରିନେଇଛନ୍ତି। ସୁଲତାନ ଖିଲିଜ, ଇବ୍ରାହିମ ଲୋଦୀ ମୁସଲମାନ ଶାସକ ଥାଇ ମଧ୍ୟ ସେମାନଙ୍କର ଅନ୍ତଃକନ୍ଦଳ ଅନ୍ୟ ଶତ୍ରୁମାନଙ୍କୁ ଭାରତ ଆକ୍ରମଣ କରିବାକୁ ସୁଯୋଗ ଦେଇଛି। ସିରାଜଉଦୌଲ୍ଲା ବଙ୍ଗଳାର ନବାବ ଥିଲାବେଳେ ତାଙ୍କର ସେନାପତି ମିରଜାଫରଙ୍କୁ ଇଂରେଜମାନେ କରାୟତ୍ତ କରି ତାଙ୍କୁ ପରାସ୍ତ କରିଥିଲେ। ଇଂରେଜମାନଙ୍କ ଅଧୀନରେ ଭାରତ ୧୯୦ ବର୍ଷ ପରାଧୀନ ରହିଲା, ତା’ପରେ କେଡେ କଷ୍ଟରେ ଭାରତ ସ୍ବାଧୀନ ହେଲା ତାହା ସମସ୍ତେ ଜାଣିଛନ୍ତି। ସବୁ ଭାଇଭାଇ ମଧ୍ୟରେ ବିବାଦ ଭାରତକୁ ପରାଧୀନତା ଆଣିଦେଇଛି।
ବର୍ତ୍ତମାନ ମଧ୍ୟ ସ୍ବାଧୀନ ଭାରତରେ ବିଭିନ୍ନ ଜାତି, ସମାଜ, ବର୍ଣ୍ଣ, ସଂପ୍ରଦାୟ, ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସର୍ବଦା ଶତ୍ରୁତା ଲାଗି ରହିଥିବା ଯୋଗୁଁ ବୈଦେଶିକ ଶତ୍ରୁମାନେ ଭାରତକୁ ଅକ୍ତିଆର କରିବାକୁ ଟାକି ବସିଛନ୍ତି। ସେମାନଙ୍କ ମଧ୍ୟରେ ପାକିସ୍ତାନ, ଚୀନ ଆଗଧାଡିରେ। ସେମାନେ ଆମ ଦେଶରେ ବିଭିନ୍ନ ଅସ୍ଥିରତା ସୃଷ୍ଟି କରାଉଛନ୍ତି, ନାଗରିକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ଭାରତର ସବୁ କ୍ଷେତ୍ରରେ ପ୍ରଗତି ଶତ୍ରୁମାନଙ୍କର ଗାତ୍ରଦାହ କରୁଛି। ଅନ୍ତର୍ଦ୍ବନ୍ଦ୍ବ, ରାଜନୈତିକ କ୍ଷମତା ହାସଲ ଭାରତରେ ବିଭିନ୍ନ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟାଉଛି। ହଜାରହଜାର ନିରୀହ ଜନତା ଏଥିରେ ବଳି ପଡିଯାଉଛନ୍ତି। ବହୁ ବିଦେଶୀ ରାଷ୍ଟ୍ର ବିଭିନ୍ନ ଅନୁଷ୍ଠାନମାନଙ୍କୁ ପ୍ରଚୁର ଅର୍ଥ ଦାନ କରି ଆମ ଆମ ଭିତରେ ଘୋର ଶତ୍ରୁତା ସୃଷ୍ଟି କରାଉଛନ୍ତି। ଭାରତ ଭିତରେ ମଧ୍ୟ ବହୁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ମାନୁ ନାହାନ୍ତି, ସମ୍ବିଧାନର ବିରୁଦ୍ଧାଚରଣ କରୁଛନ୍ତି। ଏହା ମଧ୍ୟ ଭ୍ରାତୃ ବିବାଦ, ବଡ ଭାଇ ସହ ସାନ ଭାଇର। ସେମାନେ ଓ ବିଭିନ୍ନ ବିରୋଧୀ ଦଳମାନେ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି, ଏହି ଅସ୍ଥିରତା ବାହ୍ୟ ଶତ୍ରୁଙ୍କୁ ଆମନ୍ତ୍ରଣ କରୁଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ନିକଟରେ ଭାରତର ଜଣେ ନେତା ଆମେରିକାରେ ତାଙ୍କର ଭାରତ ବିରୋଧୀ ଭାଷଣ ଦେଇ ଭାରତକୁ କବଜା କରିବାକୁ ବହିଃ ଶତ୍ରୁଙ୍କୁ ଆମନ୍ତ୍ରଣ କରିବା। ଭାଇ ଭାଇମାନଙ୍କ ଭିତରେ ବିଭେଦ ଆମର ଗଣତନ୍ତ୍ରକୁ ବିପନ୍ନ କରିପାରେ। ଏ ସବୁ ବିଷ ଉଦ୍‌ଗିରଣରୁ ମୁକ୍ତି ପାଇଁ ଭାରତର ସବୁ ନାଗରିକମାନେ ନିରନ୍ତର ଚେଷ୍ଟା କରିବା ଉଚିତ।
ବାହ୍ୟ ଶକ୍ତିମାନେ ଭାରତକୁ କାହିଁକି ହଜାରହଜାର ବର୍ଷ ପରାଧୀନ ରଖିଥିଲେ ତାହା ଚିନ୍ତା କଲେ ଆମେ ଜାଣି ପାରିବା ବୋଧେ ଆମର ରକ୍ତ କଣିକାର ଜିନ୍‌ରେ କିଛି କୁଶକ୍ତି ଅଛି, ଯାହା ପୁରୁଷ ପୁରୁଷ ଧରି ଆମ ପାଖକୁ ଚାଲି ଆସୁଛି। ବୈଜ୍ଞାନିକମାନେ ଏହାର କିପରି ନିରାକରଣ ହେବ ତାହା କହି ପାରିବେ! ମାତ୍ର ଦେଶର ବରିଷ୍ଠ ନାଗରିକମାନେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଭ୍ରାତୃଭାବକୁ କିପରି ନିରନ୍ତନଭାବେ ବଜାୟ ରଖି ପାରିବେ, ତାହା ହେଉଛି ସେମାନଙ୍କ ପାଇଁ ଆଜିର ଆହ୍ବାନ ।

ପ୍ରକାଶ ଚନ୍ଦ୍ର ମିଶ୍ର
ଏ/୪, ବୃନ୍ଦାବନ ଏନ୍‌କ୍ଲେଭ,
ଖଣ୍ଡଗିରି , ଭୁବନେଶ୍ବର

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories