www.samajalive.in
Tuesday, December 9, 2025
16.1 C
Bhubaneswar

ଗୋପବନ୍ଧୁଙ୍କ ପରି ‘ସମାଜ’ ସାରା ଦେଶ ପାଇଁ ଚିନ୍ତିତ: ପ୍ରଶାନ୍ତ ନନ୍ଦ

ଭୁବନେଶ୍ୱର: ଗୋପବନ୍ଧୁ ଯେପରି ଓଡ଼ିଶାର ହୋଇ ମଧ୍ୟ ସାରା ଦେଶ ପାଇଁ ଚିନ୍ତା କରୁଥିଲେ, ସେହିପରି ‘ସମାଜ’ ରାଜ୍ୟ ସହ ସାରା ଦେଶ ପାଇଁ ଚିନ୍ତିତ। ଏହା କହିଛିନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ, ଅଭିନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ। ଗୁରୁବାର ‘ସମାଜ’ର ଶତବାର୍ଷିକ ସାଂସ୍କୃତିକ ସମାରୋହର ଉଦ୍‍ଯାପନୀ ଉତ୍ସବରେ ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ‘ଜାତୀୟ ଏକତା ଓ ଅଖଣ୍ଡତାରେ କଳାକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’ ଶୀର୍ଷକ ସାଂସ୍କୃତିକ ସମ୍ମେଳନରେ ସେ ନିଜର ଅଭିଭାଷଣ ରଖି ଏହା କହିଛନ୍ତି।

- Advertisement -

ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ନନ୍ଦଙ୍କ ସମେତ ଦୂରଦର୍ଶନର କାର୍ଯ୍ୟକ୍ରମ ମୁଖ୍ୟ ଦିପ୍ତୀ ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରପାଠୀ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଆଲୋଚନା ଚକ୍ରରେ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ କୁମକୁମ ମହାନ୍ତି, ନାଟ୍ୟକାର ଡ. ରମେଶ ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର, ସଂସ୍କୃତି ଗବେଷକ ମନ୍ମଥ ଶତପଥୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଓଡ଼ିଶୀ ନୃତ୍ୟଗୁରୁ ଡ. ଇଲିଆନା ଚିତାରିସ୍ତିଙ୍କ ସମେତ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଏଥିରେ ୨ଟି ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା।

‘ସମାଜ’ର କାର୍ଯ୍ୟ ନିର୍ବାହୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ବାର୍ତ୍ତା ସମ୍ପାଦକ ତପନ ମିଶ୍ର ଏବଂ ଲୋକସେବକ ମଣ୍ଡଳ କଟକ ଶାଖାର ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories