www.samajalive.in
Monday, December 8, 2025
27.1 C
Bhubaneswar

ପିତୃ ଦୋଷରୁ ମୁକ୍ତି ପାଇଁ ମୌନୀ ଅମାବାସ୍ୟାରେ କରନ୍ତୁ ଏହି ଉପାୟ

ମୌନୀ ଅମାବାସ୍ୟାରେ କୌଣସି ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। କିନ୍ତୁ ଯେଉଁ ଶ୍ରଦ୍ଧାଳୁ ତ୍ରିବେଣୀ ନଦୀରେ ସ୍ନାନ କରେ, ତାକୁ ଅଜସ୍ର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୪ ତାରିଖ ଶୁକ୍ରବାର ହେଉଛି ମୌନୀ ଅମାବସ୍ୟା ବା ତ୍ରିବେଣୀ ଅମାବାସ୍ୟା। ଧାର୍ମିକ ଦୃଷ୍ଟି କୋଣରୁ ଏବଂ ଜ୍ୟୋତିଷ ଶାସ୍ତ୍ର ତଥ୍ୟ ଅନୁଯାୟୀ ଏହି ତିଥିର ଅନେକ ମହତ୍ତ୍ବ ରହିଛି।

ମୌନୀ ଅମାବାସ୍ୟରେ ମୌନ ବ୍ରତ ଧାରଣ କରି ପବିତ୍ର ଘାଟରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି। ଏହି କାରଣରୁ ଏହି ତିଥିକୁ ମୌନୀ ଅମାବାସ୍ୟା କୁହାଯାଏ। ତେଣୁ ଏହି ଅବସରରେ ପ୍ରୟାଗରାଜ ସହ ହରିଦ୍ୱାର, ବାରାଣସୀ, ଗଙ୍ଗାସାଗର, ତ୍ରିବେଣୀ ଘାଟରେ ପବିତ୍ର ସ୍ନାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ତର୍ପଣ, ପିଣ୍ଡଦାନ ପାଇଁ ଉତ୍ତମ ଦିନ ହୋଇଥିବାରୁ ପିତୃଦୋଷରୁ ସହଜରେ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଏହା ସହ କାଳସର୍ପ ଦୋଷ ଖଣ୍ଡନ ପାଇଁ ଉପବାସ ଓ ପୂଜା କରାଯାଏ।

- Advertisement -

ପିତୃ ଦୋଷ ଦୂର ପାଇଁ କରନ୍ତୁ ଏହି ଉପାୟ

କୌଣସି ପବିତ୍ର ନଦୀ ବା ପୋଖରୀରେ ସ୍ନାନ କରନ୍ତୁ।
ସ୍ନାନ କରିବା ସୟରେ ୮ରୁ ୯ ଥର ପାଣିରେ ବୁଡନ୍ତୁ ବା ବୁଡ ପକାନ୍ତୁ।
ରାଶି ମିଶା ଯାଇଥିବା ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।
ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ।
ପିତୃ ପୁରୁଷଙ୍କ ପାଇଁ ପ୍ରାର୍ଥନା କରନ୍ତୁ।
କୌଣସି ଗରିବ ବ୍ୟକ୍ତିଙ୍କୁ ଅନ୍ନ ଏବଂ ବସ୍ତ୍ର ଦାନ କରନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories