www.samajalive.in
Monday, December 8, 2025
13.1 C
Bhubaneswar

ଏହି ଖାଦ୍ୟ ଛାଡ଼ିପାରି ନଥିଲେ ନେତାଜୀ, ମା’ଙ୍କୁ ଲେଖିଥିଲେ ଚିଠି

ଆଜାଦ୍‍ ହିନ୍ଦ୍‍ ଫୌଜର ପ୍ରଣେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସଭିଏଁ ଅଳ୍ପ ବହୁତ ଜାଣିଥିବେ ଓ ଶୁଣିଥିବେ। ମାତ୍ର ହୁଏତ ଆପଣ ଜାଣି ନଥିବେ ସେ କେଉଁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। ଜାଣନ୍ତୁ ଏହା ବିଷୟରେ…….
– ନେତାଜୀ ସକାଳୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ଲବଙ୍ଗ, ଗୁଜୁରାତି ଓ ଗୁଆ ଚୋବାଇବାକୁ ଖୁବ ପସନ୍ଦ କରୁଥିଲେ।
– ସେ ସମ୍ପୂର୍ଣ୍ଣ ନିରାମିଷ ଖାଇବାକୁ ଇଚ୍ଛା କରିଥିଲେ ମଧ୍ୟ ମାଛ ଖାଇବା ଛାଡ଼ିପାରିନଥିଲେ। ଏହି କଥା ସେ ନିଜ ମା’ଙ୍କୁ ଏକ ଚିଠି ମାଧ୍ୟମରେ ଲେଖି ଜଣାଇଥିଲେ।
– ସେ ନିୟମିତ ଭାତ, ଡ଼ାଲି, ପୁରୀ ଓ ଦହି ଖାଉଥିଲେ।
– ଫଳ ମଧ୍ୟରେ ସେ ପ୍ରତିଦିନ ନିଶ୍ଚୟ କଦଳୀ ଖାଇବା କେବେ ମଧ୍ୟ ଛାଡ଼ିନଥିଲେ।
– ସେ ମିଠା ମଧ୍ୟରେ ରସଗୋଲା, ଚମଚମ, ପିଠାପୁଲି ଓ ସନ୍ଦେଶ ଖାଇବାକୁ ଖୁବ ପସନ୍ଦ କରୁଥିଲେ। ଯେଉଁସମୟରେ ତାଙ୍କର ଏହି ସୁସ୍ୱାଦୁ ମିଠା ଖାଇବାକୁ ଇଚ୍ଛା କରୁଥିଲେ, ସେ ନିଶ୍ଚୟ ଖାଉଥିଲେ।
– ଏହା ବ୍ୟତୀତ ସେ ଯେତେ ଭୋଜନ ପ୍ରେମୀ ଥିଲେ, ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ତାଙ୍କର ଏକ ସଉକ ଥିଲା।
– ସିଙ୍ଗାପୁରରେ ଥିବା ସମୟରେ ସେ ପ୍ରତିଦିନ ନିଶ୍ଚୟ କଫି ପିଉଥିଲେ।
– ରାତି ଖାଦ୍ୟରେ ସେ ନିଜ ଅତିଥିମାନଙ୍କୁ ପାଳଙ୍ଗ, ଲାଉର ବ୍ୟଞ୍ଜନ ଓ ଫଳ ମଧ୍ୟରେ କଦଳୀ , ସେଓ ନିଶ୍ଚୟ ଖୁଆଉଥିଲେ।
– ନେତାଜୀ ନିଜେ ଖାଦ୍ୟପ୍ରେମୀ ଥିଲେ ଓ ଅନ୍ୟଙ୍କୁ ଖୁଆଇବାକୁ ମଧ୍ୟ ବେଶ ପସନ୍ଦ କରୁଥିଲେ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories