www.samajalive.in
Monday, December 8, 2025
20.1 C
Bhubaneswar

ରାଜଵେଶରେ ସାକ୍ଷୀଗୋପାଳଙ୍କୁ ସୁନିଆଁ ଭେଟି

ସାକ୍ଷୀଗୋପାଳ: ରାଜରାଜେଶ୍ବର ଵେଶରେ ସାକ୍ଷୀଗୋପାଳ ଠାକୁରଙ୍କୁ ପ୍ରତିବର୍ଷ ପରି ଚଳିତ ବର୍ଷ ପାରମ୍ପରିକ ରୀତିରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ସନ୍ଧ୍ୟାରେ ସୁନିଆଁ ଭେଟି ଅର୍ପଣ କରାଯାଇଛି। ଅପରାହ୍ନରେ ମନ୍ଦିର ସିଂହଦ୍ଵାରକୁ ପୂର୍ଣ୍ଣକୁମ୍ଭ କଦଳୀ ଗଛ ଆମ୍ବଡାଳରେ ସାଜସଜ୍ଜା କରାଯାଇଥିଲା। ସନ୍ଧ୍ୟା ଧୁପ ବେଶରେ ଠାକୁର ପାଟ ପିତାମ୍ବରୀ କାଛିଲାଗି ହୋଇ ସୁବର୍ଣ୍ଣ କୀରିଟି, ବଂଶୀ ମକର କୁଣ୍ଡଳ, ଚାପସରି, ନୁଡୁକ, ତାବିଜ, ବେଙ୍ଗପାଟିଆ, ବାଙ୍କି ନୁପୁର ଆଦି ସୁନାରୁପା ଅଳଙ୍କାର, ଫୁଲ ତୁଳସୀ ମାଳ ଲାଗିହୋଇ ରାଜବେଶରେ ଶୋଭାପାଇଥିଲେ।

ପରମ୍ପରା କ୍ରମେ ସ୍ଥାନୀୟ ଗୋପାଳପୁର ପାଟଣାର ମହାଜନ, ପ୍ରଜା, ସେଵାୟତ ଓ ଶ୍ରଦ୍ଧାଳୁମାନେ ମସାଲ ଜଳାଇ ସର, ଲବଣି ଭାର ଫୁଲ ତୁଳସୀ ମାଳ ଆଦି ଠାକୁରଙ୍କୁ ଲାଗି କରିବା ନିମନ୍ତେ ଭେଟି ଦେଇଥିଲେ। ସୁପରଭାଇଜର ବିଶ୍ବନାଥ ମହାପାତ୍ର ଜଣଜଣ କରି ତାଲିକା ପଢିଵା ପରେ ଭେଟି ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ସେଵାୟତ ମାନେ ପନିକି କୋରଣା କଟୁରି ପିଢା ଦୀପରୁଖା ପ୍ରଦାନ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories