www.samajalive.in
Monday, December 8, 2025
20.1 C
Bhubaneswar

ବଡ଼ମ୍ବାରେ ବନ୍ୟା ବିପତ୍ତି: ୪ଦିନ ବିତିଲାଣି, ରାସ୍ତା ମରାମତି ନେଇ ପଦକ୍ଷେପ ନାହିଁ

ବଡ଼ମ୍ବା: ଲଘୁଚାପ ଜନିତ ଲଗାଣ ବର୍ଷା ଚଳିତ ବର୍ଷ ବଡ଼ମ୍ବାରେ ନାହିଁ ନଥିବା କ୍ଷତି ଘଟାଇଛି। ନଦୀ ନୁହେଁ ବିଭିନ୍ନ ନାଳର ପାହାଡ଼ି ଜଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ସିଆରିଆ ନାଳର ବନ୍ୟାଜଳରେ ଗୋପମଥୁରା – ଶଂଖାମେରୀ ଏବଂ ଗୋପମଥୁରା – ଗୋପୀନାଥପୁର ରାସ୍ତାରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାହିତ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ସେହିଭଳି ଧାବଣୀନାଳ ବନ୍ୟାଜଳରେ ଦିନିଆରୀ ଦିଆନିପାଟଣା ରାସ୍ତାରେ ଅନୁରୁପ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ରାସ୍ତାରୁ ପାଣି ଛାଡ଼ିବାରେ ବୁଧବାର ଦେଖାଯାଇଥିଲା ଯେ ବଡ଼ମ୍ବାରୁ ଶଂଖାମେରୀ ଗ୍ରାମକୁ ଯାଇଥିବା ପୂର୍ତ୍ତବିଭାଗର ପିଚୁ ରାସ୍ତା ଦୁଇଟିସ୍ଥାନରେ ଧୋଇହୋଇଯାଇଛି। ଫଳସ୍ୱରୁପ ଗୋପମଥୁରା ଗ୍ରାମ ନିକଟ ଏବଂ ବଘେଇ ଠାକୁରାଣୀ ପୀଠ ନିକଟରେ ଉକ୍ତ ରାସ୍ତା ତାଡ଼ି ହୋଇଯାଇଥିବାରୁ ଲୋକେ ବିପଦସଂକୁଳ ଭାବେ ଯାତାୟତ କରୁଛନ୍ତି।

ଅନୁରୁପ ଭାବେ ଦିନିଆରି ଦିଆନିପାଟଣାରେ ମଧ୍ୟ ରାସ୍ତାପାଶ୍ୱର୍ ଧୋଇ ହୋଇଯାଇଥିବା ଏବଂ ଖାଲଖମା ହୋଇଥିବାରୁ ଯାତାୟତରେ ଲୋକେ ଅସୁବିଧା ଭୋଗୁଥିବା ପ୍ରକାଶ। ତେବେ ବିଡ଼ମ୍ବନା ଇତିମଧ୍ୟରେ ଏହି ଘଟଣାକୁ ୪ଦିନ ବିତିଯାଇଥିଲେ ସୁଦ୍ଧା ରାସ୍ତା ମରାମତିନେଇ ବିଭାଗୀୟ ପଦକ୍ଷେପ ନିଆଯାଇନାହିଁ। ଯାହାକୁନେଇ ସ୍ଥାନୀୟ ଜନସାଧାରଣ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ସିଆରିଆ ନାଳର ବନ୍ୟାଜଳ ଗୋପମଥୁରାରୁ ଗୋପୀନାଥପୁର ଯାଇଥିବା ରାସ୍ତାର ବଡ଼ଶଂଖ ନିିକଟରେ ପ୍ରାୟ ୫ଦିନ ଧରି ରାସ୍ତା ଉପରେ ପ୍ରଭାହିତ ହୋଇଥିବା ଏବଂ ଏଥିଯୋଗୁଁ ଲୋକେ ନାନା ସମସ୍ୟା ଭିତରେ ବିପଦପୂର୍ଣ୍ଣ ଯାତାୟତ କରିଥିବାରୁ ଉକ୍ତ ରାସ୍ତାକୁ ଅଧିକ ଉଚ୍ଚତା କରିବାକୁ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି। ଗୋପମଥୁରାରୁ ଗୋପୀନାଥପୁର ଏବଂ ଗୋପମଥୁରାରୁ ଶଂଖାମେରୀ ପ୍ରତ୍ୟହ ଶହଶହ ଲୋକ ରାତିପାହିଲେ ବ୍ଲକ ସଦରମହକୁମା ବଡ଼ମ୍ବା ଆସୁଥିବାରୁ ତୁରନ୍ତ ପ୍ରଭାବିତ ରାସ୍ତା ମରାମତି କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories