www.samajalive.in
Friday, December 12, 2025
19.1 C
Bhubaneswar

ଫନୀ ସହାୟତା ଦାବି କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ ସଂକ୍ରାନ୍ତରେ ତହସିଲଦାର ମନୋଜ କୁମାର ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୧୦  ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଅପେକ୍ଷା କରିବା ନିମନ୍ତେ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଥିଲେ। ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ଗଣଧାରଣା ପ୍ରତ୍ୟାହାର କରିଥିଲେ। ଫନୀ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋବିନ୍ଦ ମହାପାତ୍ର, ଆଇନଜୀବୀ ବିନାୟକ ମହାନ୍ତି, ପ୍ରାଣନାଥ ବିଶ୍ୱାଳ, ଶରତ ପ୍ରଧାନ, ମଙ୍ଗୁ ସେନାପତି, ଲକ୍ଷ୍ମୀପ୍ରିୟା ପ୍ରଧାନ, ବିଷ୍ନୁପ୍ରିୟା ରଥ ଓ ସୁଶାନ୍ତି ମହାରଣାଙ୍କ ସମେତ ଶତାଧିକ ବିପନ୍ନ ଏହି ଗଣଧାରଣାରେ ଯୋଗ ଦେଇଥିଲେ।
ଏ ସମ୍ପର୍କରେ ତହସିଲଦାର ମନୋଜ କୁମାର ନାୟକ କହିଛନ୍ତି ଯେ ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ପ୍ରଦାନ ପାଇଁ ପ୍ରଶାସନିକ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି, ଖୁବ ଶୀଘ୍ର ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories