www.samajalive.in
Tuesday, December 9, 2025
17.1 C
Bhubaneswar

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ ଘଟଣା : ଆଜି ହେବ ସିନ୍ ରିକ୍ରିଏସନ୍‌

ନୂଆଦିଲ୍ଲୀ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା। ଆଜି ମୁମ୍ବାଇ ପୁଲିସ୍ ଅଭିଯୁକ୍ତ କୁ ନେଇ ସୈଫଙ୍କ ଘରେ ସିନ୍ ରିକ୍ରିଏସନ୍ କରିବ। କିପରି ସନ୍ଦିଗ୍ଧ ଜଣକ ୧୨ ମହଲା ଉପରକୁ ପ୍ରବେଶ କଲା , କିପରି ସୈଫ୍‌ ଙ୍କୁ ଆକ୍ରମଣ କଲା , ସବୁ କିଛି କ୍ରାଇମର ହେବ ରିକ୍ରିଏସନ୍। ତେବେ ପୁଲିସ୍ ଶନିବାର ଦିନ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଛି।  ଅଭିଯୁକ୍ତର ପ୍ରକୃତ ନାମ ମହମ୍ମଦ ସରିଫୁଲ ସଜ୍ଜାଦ। ସେ ୫ରୁ ୬ ମାସ ହେବ ମୁମ୍ବଇରେ ବିଜୟ ଦାସ ନାମରେ ରହୁଥିଲା ବୋଲି ମୁମ୍ବଇ ଜୋନ-୯ ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ତା’ ନିକଟରେ କୌଣସି ବୈଧ ଭାରତୀୟ କାଗଜପତ୍ର ନ ଥିବା ପୁଲିସ କହିଛି। ଚୋରି କରିବାକୁ ହିଁ ସେ ସୈଫଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୪ ଦିନ ତଳେ ସୈଫଙ୍କ ଘରେ ଜଣେ ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଫେରାର ହେବା ସମୟରେ ସିଡ଼ିରେ ଲାଗିଥିବା ସିସିଟିଭି କ୍ୟାମେରାରେ ତା’ ଚେହେରା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଥିଲା। ଶେଷରେ ଥାଣେ ଅଞ୍ଚଳରୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories