www.samajalive.in
Wednesday, December 10, 2025
26.1 C
Bhubaneswar

ରାଜଧାନୀରେ ଧରାପଡ଼ିଲା ନକଲି ସବ-ଇନସ୍ପେକ୍ଟର

ଭୁବନେଶ୍ୱର: ସହିଦନଗର ପୁଲିସ ପକ୍ଷରୁ ନକଲି ସବ-ଇନସ୍ପେକ୍ଟରଙ୍କୁ ଗିରଫ କରାଯାଇଛି। ଏହାସହିତ ଅଭିଯୁକ୍ତଠାରୁ ନକଲି ପରିଚୟପତ୍ର ଏବଂ ନଗଦ ଟଙ୍କା ଜବତ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ବୋଲି ସହିଦ ନଗର ପୁଲିସ ସୂଚନା ଦେଇଛି।

ରାଜଧାନୀରେ ଜଣେ ନକଲି ସବ-ଇନସ୍ପେକ୍ଟର ବୁଲୁଥିବା ଖବର ପୁଲିସ ପାଖରେ ପହଞ୍ଚିଥିଲା। ୟୁନିଫର୍ମ ସହ ନକଲି ପରିଚୟପତ୍ର ତିଆରି କରି ନିଜକୁ ଜଣେ ସବ-ଇନସ୍ପେକ୍ଟର ବୋଲି ଅନ୍ୟମାନଙ୍କୁ ପରିଚୟ ଦେଉଥିଲା। ଏପରିକି କିଛି ଲୋକଙ୍କଠାରୁ ସବ-ଇନସ୍ପେକ୍ଟର ପୋଷାକ ପରିଧାନ କରି ଠକେଇ କରିଥିବା ମଧ୍ୟ ଅଭିଯୋଗ ଆସିଥିଲା।

- Advertisement -

ଖବର ପାଇବା ପରେ ସହିଦନଗର ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ରାଜଧାନୀରେ ନକଲି ସବ-ଇନସ୍ପେକ୍ଟରଙ୍କୁ ଧରିବାରେ ସହିଦ ନଗର ପୁଲିସ ସଫଳ ହୋଇଥିଲା। ଅଭିଯୁକ୍ତଠାରୁ ସହିଦନଗର ପୁଲିସ ନକଲି ସବ-ଇନସ୍ପେକ୍ଟର ପରିଚୟପତ୍ର ଏବଂ ନଗଦ ଟଙ୍କା ଜବତ ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories