www.samajalive.in
Monday, December 8, 2025
27.1 C
Bhubaneswar

ଆଜି ସୁପ୍ରିମ କୋର୍ଟରେ ଶାବରିମାଳା: ସିଜେଆଇ କରିବେ ନାହିଁ ପୁନର୍ବିଚାର

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ଶାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଏବେ ମଧ୍ୟ ଜାରି ରହିଛି। ପୂରାତନ ପରମ୍ପରାକୁ ଭାଙ୍ଗି ସୁପ୍ରିମ କୋର୍ଟ ଏଠାରେ ସବୁ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ବିରୋଧ ତୀବ୍ର ରୂପ ଧାରଣ କରିବା ସହ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ସତ୍ତେ୍ୱ ଅଦ୍ୟାବଧି ଉକ୍ତ ମନ୍ଦିରରେ ୧୦ରୁ ୫୦ବୟସ୍କା ମହିଳା ପ୍ରବେଶ କରି ପରିନାହାନ୍ତି।
ରାୟର ପୁନର୍ବିଚାର ପାଇଁ ମଙ୍ଗଳବାର ପୂର୍ବାହ୍ନରେ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଗୁହାରି କରାଯାଇ ଥିଲା। ଏହି ମାମଲାକୁ ସିଜେଆଇ ତାଙ୍କ ବେଞ୍ଚରେ ତ୍ୱରିତ୍‍ ଶୁଣାଣି କରିବାକୁ ଆବେଦନ କରାଯାଇ ଥିଲା। ଆବେଦନକୁ ଗ୍ରହଣ କରି ସିଜେଆଇ ଅପରାହ୍ଣ ୩ଟାରେ ମାମଲାର ଶୁଣାଣି ପାଇଁ ସମୟ ଦେଇଥିବାବେଳେ ନିଜ କୋର୍ଟରେ ଏହାର ଶୁଣାଣି କରିବାକୁ ଖାରଜ କରିଛନ୍ତି।
ସୁପ୍ରିମକୋର୍ଟରେ ଶାବରିମାଳାକୁ ନେଇ ମୋଟ୍‍ ୪୮ଟି ପୁନର୍ବର୍ିଚାର ଆବେଦନ ଦାଖଲ ହୋଇଛି। ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ ଆର ଏଫ ନରିମନ୍‍, ଜଷ୍ଟିସ ଏ ଏମ ଖାନବିଲକର, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଆବେଦନଗୁଡ଼ିକର ତର୍ଜମା ବିଚାରପତିଙ୍କ କକ୍ଷରେ କରିବେ।
ଉପରୋକ୍ତ ଆବେଦନ ବ୍ୟତୀତ ୩ଟି ପୁନର୍ବିଚାର ଆବେଦନକୁ ସିଜେଆଇ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ କୋଲେ ଓ ଜଷ୍ଟିସ ଏମ ଜୋସେଫଙ୍କ ଖଣ୍ଡପୀଠ କୋର୍ଟ ପରିସରରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ୨୮ସେପ୍ଟେମ୍ବରରେ ୪:୧ମତରେ ଶାବରିମାଳାରେ ସବୁ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଉପୁଜିଥିଲା। ସ୍ଥାନୀୟ ବ୍ୟକ୍ତି ଓ କେତେକ ସଂଗଠନ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ମହିଳାଙ୍କ ପ୍ରବେଶକୁ ଜୋରଦାର ବିରୋଧ କରିଥିଲେ। ଏହାକୁ ନେଇ ଏକାଧିକ ଥର ବିକ୍ଷୋଭ ହିଂସାର ରୂପ ନେଇଥିଲା। ଅପରପକ୍ଷରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ନିଜ ଜିଦ୍‍ରେ ଅଟଳ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ଟୋବରରେ ଏକ ସଂଗଠନ ପକ୍ଷରୁ ରୁଜୁ ହୋଇଥିବା ଶାବରିମାଳା ପୁନର୍ବିଚାର ମାମଲାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ପ୍ରଶାସନ ପକ୍ଷରୁ ବାରମ୍ବାର ଉକ୍ତ ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରାଇବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ଅସଫଳ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories