କଲମପୁର : କଳାହାଣ୍ଡି ଜିଲା ମୋଟେର ମୁଖିଗୁଡା ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଛି। କାରଟି ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲା। ଏଥିରେ କାର ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଜାଇପାଟରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ଜାଇପାଟଣା ମଣ୍ଟୁ ପଣ୍ଡା।
ସୂଚନାଯୋଗ୍ୟ ଯେ, ସୋମବାର ରାତି ୧୦ଟାରେ କାର ଚାଳକ ମଣ୍ଟୁ ମୋଟେରରୁ ନିଜ ଘର ଜାଇପାଟଣା ଯାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ସେ ବିଜାମରା ହାଇସ୍କୁଲ ନିକଟ ରାସ୍ତାକଡରେ ଥିବା ଏକ ଗଛରେ କାରଟିକୁ ପିଟି ଦେଇଥିଲେ। ମଣ୍ଟୁ କାରଟିର କବାଟ ଭାଙ୍ଗି ବାହାରକୁ ଛିଟିକି ପଡିଥିଲେ।
ଗଛରେ ପିଟି ହେଲା କାର; ଜଣେ ଆହତ
Popular Categories



