www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ଓ ରୁଷ ମଧ୍ୟରେ ସ୍ୱାକ୍ଷର ହେବ ବଡ଼ ଧରଣର ପ୍ରତିରକ୍ଷା ରାଜିନାମା

ଭାରତକୁ ରୁଷ୍‍ ଦେବ ଏସ୍‍-୪୦୦କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ସ୍ୱାକ୍ଷର ହେବାକୁ ଯାଉଛି ବଡ଼ ଧରଣର ପ୍ରତିରକ୍ଷା ରାଜିନାମା। ଯୋଜନା ଅନୁଯାୟୀ ଭାରତକୁ ରୁଷ୍‍ ଏସ୍‍-୪୦୦ ବାୟୁସୀମା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବ। ଅକ୍ଟୋବର ୪ ଓ ୫ ତାରିଖରେ ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ରାଜିନାମା ସ୍ୱାକ୍ଷର ହୋଇପାରେ ରୁଷ୍‍ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୁତିନଙ୍କ କଥାବାର୍ତ୍ତା କାଳରେ ଏହି ରାଜିନାମା ସ୍ୱାକ୍ଷର ହେବାର ଅଛି। ଏହି ରାଜିନାମାର ମୂଲ୍ୟ ୫୦୦କୋଟି ଡଲାରରୁ ଅଧିକ ହେବ। ତେବେ ଏହି ରାଜିନାମା ସ୍ୱାକ୍ଷର ହେଲେ ଭାରତ ଉପରେ ଆମେରିକା କଟକଣା ଲାଗୁ କରିବାର ଆଶଙ୍କା ରହିଛି। ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ଦ୍ୱାରା ଭାରତର ବାୟୁସେନା ଶକ୍ତିଶାଳୀ ହେବ। ୨୦୦୭ରୁ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ରୁଷ ସେନାରେ କାର୍ଯ୍ୟ କରିଆସୁଛି। ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବାୟୁ ସୀମା ସୁରକ୍ଷା ବ୍ୟବସ୍ଥା। ଏହା ଏକକାଳୀନ ୩୦୦ ସ୍ଥାନକୁ ଟ୍ରାକ କରିପାରିବ। ୪୦୦ କିମି ସୀମା ମଧ୍ୟରେ ଏହାର ତିନି ଡଜନ ସ୍ଥାନକୁ ନିଶାଣ କରିପାରିବ। ଏଥିରେ ଥିବା ରାଡାର ବ୍ୟବସ୍ଥା ଗୁପ୍ତ ଯୁଦ୍ଧ ବିମାନକୁ ମଧ୍ୟ ଠାବ କରିପାରିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories