www.samajalive.in
Monday, December 8, 2025
14.1 C
Bhubaneswar

ଏସ-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତରେ ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ୨୦୧୮ରେ ହୋଇଥିବା ଚୁକ୍ତି ମୁତାବକ ଏସ-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତକୁ ଯୋଗାଣ ଆରମ୍ଭ ହୋଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହାର କିଛି ଯନ୍ତ୍ରାଂଶ ଭାରତରେ ଆସି ପହଞ୍ଚିଛି । କିନ୍ତୁ ଏହାର ସମସ୍ତ ମୁଖ୍ୟ ଅଂଶ ଏପର୍ଯ୍ୟନ୍ତ ପହଞ୍ଚିନଥିବା ଜଣାଯାଇଛି । ଆମେରିକାର କଟକଣା ଓ ଧମକ ସତ୍ୱେ ରୁଷ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇବା ଆରମ୍ଭ କରିଛି । ତେବେ ଏହାର ସମସ୍ତ ଅଂଶ ଆସି ପହଞ୍ଚିବା ପରେ ଭାରତରେ ଆସନ୍ତା ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ସୂଚନାଯୋଗ୍ୟ ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତକୁ ଡିସେମ୍ବର ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାକୁ ଆସୁଥିବାବେଳେ ତାହା ପୂର୍ବରୁ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ରୁଷିଆ ପକ୍ଷରୁ ଭାରତକୁ ଯୋଗାଣ ଆରମ୍ଭ ହୋଇଛି । ଭାରତ ଏସ-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥାର ପାଞ୍ଚଟି ୟୁନିଟ ଖରିଦ କରିବାକୁ ରୁଷ ସହିତ ୨୦୧୮ ଅକ୍ଟୋବରରେ ୫ ବିଲିଅନ ଡଲାରର ଚୁକ୍ତି କରିଥିଲା । ତେବେ ଆମେରିକା ଏଥିରେ କ୍ଷୁବ୍ଧ ହେବା ସହିତ ଭାରତ ବିରୁଦ୍ଧରେ କଟକଣା ଜାରି କରିବାକୁ ଧମକ ଦେଇଥିଲା । ତୁର୍କୀ ରୁଷ ନିକଟରୁ ଅନୁରୂପ କ୍ଷେପଣାସ୍ତ୍ର ବ୍ୟବସ୍ଥା ଖରିଦ କରିବା କାରଣରୁ ଆମେରିକା ତୁର୍କୀ ବିରୁଦ୍ଧରେ ମଧ୍ୟ କଟକଣା ଲାଗୁ କରିସାରିଛି । ଏବେ ଭାରତ ବିରୁଦ୍ଧରେ ବାଇଡେନ ପ୍ରଶାସନ ଅନୁରୂପ କଟକଣା ଜାରି କରିବା ଆଶଙ୍କା ସୃଷ୍ଟି ହୋଇଛି । ପୁତିନଙ୍କ ଗସ୍ତ କାଳରେ ଭାରତ ଓ ରୁଷ ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଏକାଧିକ ରାଜିନାମାରେ ସ୍ୱାକ୍ଷର କରିବା ଆଶା କରାଯାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories