www.samajalive.in
Monday, December 8, 2025
17.1 C
Bhubaneswar

ରୁଷ କବଜାରେ ୟୁକ୍ରେନର ଏକ ପଞ୍ଚମାଂଶ ଅଞ୍ଚଳ : ଜେଲେନ୍‍ସ୍କି

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦେମିର ଜେଲେନ୍‍ସ୍କି କହିଛନ୍ତି ରୁଷ ସୈନ୍ୟମାନେ ୟୁକ୍ରେନର ଏକପଞ୍ଚମାଂଶ ଅଞ୍ଚଳ ଅଧିକାର କରିଛନ୍ତି । ଲକଜମବର୍ଗରେ ସାଂସଦମାନଙ୍କୁ
ଉଦ୍‍ବୋଧନ ଦେଇ ସେ କହିଛନ୍ତି ଦେଶର ଶତକଡ଼ା ୨୦ ଭାଗ ଅଞ୍ଚଳ ଉପରେ ରୁଷ ଅଧିକାର କରିଛି । ରୁଷ ସୈନ୍ୟମାନେ ୪୮ ହଜାର ବର୍ଗ ମାଇଲ୍‍ ଅଞ୍ଚଳ ଅକ୍ତିଆର କରିଛନ୍ତି । ଗଣମାଧ୍ୟମର ଖବର ଅନୁସାରେ ପୂର୍ବ ଡୋନବାସର ସେବେରୋଜୋନେତ୍‍ସ୍କ ସହର ଉପରେ ରୁଷ ସୈନ୍ୟମାନେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ବିବିସିର ଖବର ଅନୁସାରେ ରୁଷ ସେହି ସହରର ଅଧିକାଂଶ ଅଞ୍ଚଳ ଅକ୍ତିଆର କରିନେଇଥିବାର ବ୍ରିଟେନ କହିଛି । ବ୍ରିଟେନ୍‍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୟୁକ୍ରେନ ସୈନ୍ୟମାନେ ସେହି ସହରର ମୁଖ୍ୟ ପଥକୁ ନିୟନ୍ତ୍ରଣରେ ରଖିଥିବା ବେଳେ ରୁଷ ସୈନ୍ୟମାନେ ସ୍ଥାନୀୟ ଅଞ୍ଚଳଗୁଡ଼ିକରେ ପ୍ରବେଶ କରିଛନ୍ତି, କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୟୁକ୍ରେନ ସୈନ୍ୟମାନେ ସେହି ସହରରୁ ପଛଘୁଞ୍ଚା ଦେଇଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories