www.samajalive.in
Monday, December 8, 2025
20.1 C
Bhubaneswar

ମଣିପୁର ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ଘଟଣା: ରାତିରେ ଖାଇଥିଲେ ବାସି ଚିକେନ୍‍

ହରଭଙ୍ଗା: ଗତ ୧ତାରିଖ ଦିନ ମଣିପୁରସ୍ଥିତ ଆଦର୍ଶ ବିଦ୍ୟାଳୟଟି ୫ଟି ସ୍କୁଲଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଲୋକାର୍ପଣ କାର୍ଯ୍ୟକ୍ରମର ୨୪ଘଣ୍ଟା ନପୂରୁଣୁ ବିଦ୍ୟାଳୟର ଅନ୍ତେବାସୀ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଭଳି ଏକ ଅଘଟଣ ସାମ୍ନାକୁ ଆସିଥିଲା। ଏଭଳି ଅଘଟଣ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାର୍ଯ୍ୟ ଏବଂ ୫ଟି ନିୟମର ଖୋଲାଖୋଲି ଉଲ୍ଲଂଘନକୁ ପଦାରେ ପକାଇଛି ବୋଲି ଆଲୋଚନା ହେଉଛି। ପ୍ରକାଶ ଯେ, ଗତ ବୁଧବାର ସ୍କୁଲ ଅଧ୍ୟକ୍ଷ ଅନିଲ ପ୍ରଧାନ ଏବଂ ଅନ୍ୟ ଜଣେ ଶିକ୍ଷୟତ୍ରୀ ବିଶ୍ୱଜିତା ତରାଇଙ୍କ ବଦଳି ଯୋଗୁଁ ସ୍କୁଲରେ ବିଦାୟକାଳୀନ ଭୋଜିଭାତର ଆୟୋଜନ ହୋଇଥିଲା। ଏଥିରେ ଛାତ୍ରୀନିବାସରେ ରହୁଥିବା ୫୧ଜଣ ଅନ୍ତେବାସୀଙ୍କୁ ସାମିଲ କରାଯାଇଥିଲା। ଅନ୍ତେବାସୀଙ୍କଠାରୁ ଅଗ୍ରୀମ ଚାନ୍ଦା ମଧ୍ୟ ଅସୁଲ କରାଯାଇଥିଲା। ବୁଧୁବାର ମଧ୍ୟାହ୍ନରେ ବିଦାୟକାଳୀନ ଭୋଜିରେ ସମସ୍ତେ ଚିକେନ ଭୋଜି ଖାଇ ହଷ୍ଟେଲ ଫେରିଥିଲେ। ଭୋଜିରେ ବଳକା ହୋଇଥିବା ଚିକେନକୁ ପୁନର୍ବାର ରାତିରେ ଅନ୍ତେବାସୀଙ୍କୁ ଖାଇବାକୁ ଦିଆଯାଇଥିବା ଅଭିଯୋଗ ଉଠୁଛି। ବାସି ଚିକେନ ଖାଇ ଛାତ୍ରୀନିବାସର ସମସ୍ତ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ବୋଲି କୁହାଯାଉଛି।

ଏହି ଘଟଣାକୁ ଚପାଇଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଆପ୍ରାଣ ଉଦ୍ୟମ ଚଳାଇଥିଲେ। ମାତ୍ର ସେଥିରୁ ପୁଜା ପଲ୍ଲିଆ, ପୁଜାରାଣୀ ନାୟକ, କଳ୍ପନା ଦେହୁରୀ, କ୍ଷୀରୋଦିନୀ ବାରିକ, ଅନିମା ବେହେରା, ଅର୍ଚ୍ଚନା ନାୟକ, ଦମୟନ୍ତୀ ବାରିକ, ବିଦ୍ୟାସା ନାୟକ, ଲଲି ବେହେରା, ସୋନାଲି ବେହେରା, ଦିପ୍ତିମୟୀ ଡାଳୁଆ, ସୌମ୍ୟାସୀମା ବେହେରା ପ୍ରମୁଖ ୧୨ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ଅପରାହ୍ନ ୨ଟା ବେଳେ ସେମାନଙ୍କୁ ପୁରୁଣାକଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଏହାପରେ ଘଟଣାଟି ପଦାକୁ ଆସିଥିଲା। ସୌଭାଗ୍ୟବଶତଃ ଚିକିତ୍ସା ପରେ ସମସ୍ତ ଅସୁସ୍ଥ ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର ରାତିରେ ସକାଳେ ରୋଷେଇ ହୋଇଥିବା ବଳକା ଚିକେନକୁ ଅନ୍ତେବାସୀଙ୍କୁ ଖାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା। କାହା ଅନୁମତିରେ ସ୍କୁଲରେ ବିଦାୟକାଳୀନ ଭୋଜିଭାତର ଆୟୋଜନ ହୋଇଥିଲା ଏସୁବୁର ତଦନ୍ତ ହେବା ଆବଶ୍ୟକତା ରହିଛି। ଘଟଣାକୁ ଚପାଇଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କୁ ଅଧିକ ଖାଇଦେବାରୁ ଏଭଳି ହୋଇଥିବା ମିଛ ଭଳି କଥା ତଦନ୍ତକାରୀ ଟିମ୍‍ ଆଗରେ କହିବା ପାଇଁ ମଧ୍ୟ ବାଧ୍ୟ କରାଯାଇଥିବା ଅଭିଯୋଗ ହେଉଛି।

- Advertisement -

ଅନ୍ୟପଟେ ଘଟଣାପରେ କେତେଜଣ ଅଭିବାଭାବକ ଅନ୍ତେବାସୀଙ୍କୁ ସଠିକ୍‍ଭାବେ ଖାଇବା, ପିଇବା ଦେଉନଥିବା ନେଇ ଗତକାଲି ତଦନ୍ତ ପାଇଁ ପହଞ୍ଚିଥିବା ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାୟକ, ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ, ଏବିଓ ଦେବରାଜ ପ୍ରଧାନ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ସ୍କୁଲ ଭିତରେ ବିନା ଅନୁମତିରେ ଚାଲିଥିବା ଭୋଜିଭାତ ଭଳି ବେନିୟମ କାର୍ଯ୍ୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରୁ ଦାବୀ ଉଠୁଛି। ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପଚାରିବାରୁ ତଦନ୍ତକାରୀ ଟିମଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories