ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଫୋଷ୍ଟ ଅଫିସରେ କମ୍ପ୍ୟୁଟର ଅଚଳ ଯୋଗୁଁ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ବ ଦିନ ହେଲା ଆର୍ଥିକ ନେଣ ଦେଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଏହି ପୋଷ୍ଟ ଅଫିସ ଉପରେ ନିର୍ଭର କରୁଥିବା ହଜାର ହଜାର ଗ୍ରାହକ ନିଜର ଜମାଖାତାରେ ଟଙ୍କା ଡିପୋଜିଟଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆର୍ଥିକ ନେଣଦେଣରୁ ବଞ୍ଚିତ ହୋଇ ଅଯଥାରେ ହଇରାଣ ହେଉଛନ୍ତି। ଫଳରେ ଗ୍ରାହକମାନେ ଟଙ୍କା ଉଠାଣ ଏବଂ ଜମା ପାଇଁ ୫ କିଲୋମିଟର ଦୂରରେ ଥିବା ଛାରିଛକ ଡାକଘରକୁ ଦୌଡୁଛନ୍ତି। ତୁରନ୍ତ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସମାଜସେବୀ ଶଶିକାନ୍ତ ସାହୁ ଦାବୀ କରିଛନ୍ତି। ଏ ସର୍ମ୍ପକରେ ସ୍ଥାନୀୟ ପୋଷ୍ଟ ମାଷ୍ଟର ରବି ଶଙ୍କର ସାହୁଙ୍କୁ ପଚାରିବାରୁ ଗତ ଏପ୍ରିଲ୪ ତାରିଖରୁ ସିବିଏସ ଖୋଲୁ ନଥିବାରୁ ଆର୍ଥିକ ନେଣ ଦେଣ ହୋଇପାରୁନାହିଁ। ଏ ବାବଦରେ ଆମେ ଫୁଲବାଣୀ ପୋଷ୍ଟାଲ ସୁପରିଟେଣ୍ଡଙ୍କୁ ବାରମ୍ବାର ରିମାଇଣ୍ଡର ଦେଉଛୁ। ମାତ୍ର କୌଣସି ସମାଧାନ ହୋଇପାରିନାହିଁ।
Popular Categories



